ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଉପଖଣ୍ଡର ସମସ୍ତ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଫାଇଲେରିଆ ନିରାକରଣ ଅଭିଯାନ

ଵଣାଇ : ଗୁରୁଣ୍ଡିଆ ବ୍ଲକ ସରକାରୀ ବାଳିକା ବିଦ୍ୟାଳୟ ପ୍ରାଙ୍ଗଣରେ ଗୁରୁଣ୍ଡିଆ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ତରଫରୁ ଗତକାଲି ଏକ ଫାଇଲେରିଆ ନିରାକରଣ ଅଭିଯାନ ଉଦଘାଟିତ ହୋଇଯାଇଛି । ଗୁରୁଣ୍ଡିଆ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ଅଧିକ୍ଷକ ଡାକ୍ତର ବସନ୍ତ କୁମାର ପୁହାଣଙ୍କ ପ୍ରତ୍ୟେକ୍ଷ ତତ୍ତ୍ଵାବଧାନରେ ଏହି ସାମୁହିକ ଔଷଧ ସେବନ ଓ ଫାଇଲେରିଆ ନିରାକରଣ ନିମନ୍ତେ ସ୍କୁଲର ସମସ୍ତ ଛାତ୍ରଛାତ୍ରୀମାନଙ୍କୁ ସଚେତନ କରାଯାଇଥିଲା ।

ମାର୍ଚ୍ଚ ୭ ରୁ ୧୬ ତାରିଖ ପର୍ଯ୍ୟନ୍ତ ୧୦ ଦିନ ବ୍ୟାପୀ ଅନୁଷ୍ଠିତ ହେବାକୁ ଥିବା ଏହି ଅଭିଯାନକୁ ସଫଳ କରିବା ନିମନ୍ତେ ସ୍ଵାସ୍ଥ୍ୟକର୍ମୀଙ୍କ ସମେତ ସମସ୍ତ ଶିକ୍ଷାର୍ଥୀ ଓ ଜନସାଧାରଣଙ୍କୁ ସାମୁହିକ ଔଷଧ ସେବନ କରିବା ନିମନ୍ତେ ଉତ୍ସାହିତ କରାଯାଇଥିଲା । ଏହି ଅବସରରେ ସମାଜସେବୀ ତଥା ଶିକ୍ଷାବିତ୍ ଶାନ୍ତାନୁ କୁସୁମ ଯୋଗଦେଇ ଥିବାବେଳେ, ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଯଶୋଦା ସିଂ, ବାଳ ସ୍ବାସ୍ଥ୍ୟ କାର୍ଯ୍ୟକ୍ରମର ସଂଯୋଜକ ସରୋଜ କୁମାର ମାହାନ୍ତ, ସ୍ବାସ୍ଥ୍ୟକର୍ମୀ ସରୋଜ ମାହାକୁଡ ପ୍ରମୁଖ ଅଂଶଗ୍ରହଣ କରିଥିଲେ । ଅନୁରୂପ ଭାବେ ଲହୁଣୀପଡ଼ା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ତରଫରୁ ଲଟେଇମୁଣ୍ଡି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଠାରେ ସଂପୃକ୍ତ ବିଭାଗର କର୍ମଚାରୀଙ୍କ ସହଯୋଗରେ ଜିଲ୍ଲାପରିଷଦ ସଦସ୍ୟା ଜୁଲିଆନି କାଣ୍ଡିର ଯୋଗଦେଇ ଛାତ୍ରଛାତ୍ରୀମାନଙ୍କୁ ସାମୁହିକ ଭାବରେ ଔଷଧ ସେବନ କରିବା ନିମନ୍ତେ ଉତ୍ସାହିତ କରିଥିଲେ ।

Leave a Reply

Your email address will not be published. Required fields are marked *