କଟକ : କଟକ ନିଆଳିରେ ପୁଣି ଅଜଣା ଜନ୍ତୁ ଭୟ । ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି ହୋଇଛି । ୨ ବର୍ଷ ପୂର୍ବେ ନିଆଳିରେ ମେଣ୍ଡା ଖିଆ ଅଜଣା ଜନ୍ତୁ ଆତଙ୍କ ଖେଳାଇ ଥିବାବେଳେ, ଏବେ ଦେଖାଦେଇଛି ଏକ ଅଜବ ଜନ୍ତୁ । ସନ୍ଧ୍ୟା ପରେ ରାସ୍ତାରେ ବୁଲୁଛି ଏହି ବିଚିତ୍ର ଧରଣର ଜନ୍ତୁ । ସହିଦ ଉଦ୍ୟାନ ନିକଟ ରାସ୍ତାରେ ଜଣେ କାର ଚାଳକ ଏହି ଜନ୍ତୁର ଭିଡ଼ିଓ ନିଜ କ୍ୟାମେରାରେ ରେକର୍ଡ କରିଥିଲେ । ଭିଡିଓ ଦେଖିବା ପରେ ନିଆଳିବାସୀ ଭୟଭୀତ ଥିବା ବେଳେ ଜନ୍ତୁକୁ ନେଇ ଅଞ୍ଚଳରେ ଚର୍ଚ୍ଚା ଜୋର ଧରିଛି । ତେବେ ଏହି ଅଜଣା ଜନ୍ତୁକୁ ଖୋଜିବାରେ ବନବିଭାଗର ଆବଶ୍ୟକ ଲୋଡିଛନ୍ତି ସ୍ଥାନୀୟ ଲୋକେ । କିପରି ଏହି ଜନ୍ତୁଟି ସହର ମୁହାଁ ହୋଇଛି, ତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।
