ବଣାଇଗଡ/ବରସୁଆଁ- ଆଧୁନିକ ଓଡ଼ିଶାର ନବ ନିର୍ମାତା, ଝଡ଼ର ଇଗଲ, ତଥା ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ବର୍ଗତ ବିଜୁ ପଟ୍ଟନାୟକଙ୍କ ୧୦୬ତମ ଜନ୍ମ ଜୟନ୍ତୀ, ଵଣାଇ ବିଜେଡି ପକ୍ଷରୁ ପାଳିତ ହୋଇଯାଇଛି । ବିଜୁ ଶ୍ରମିକ ସାମୁଖ୍ୟ ସଭାପତି ଶ୍ରୀ ପ୍ରଦ୍ୟୁମ୍ନ କୁମାର ତ୍ରିପାଠୀ କଂ ସଂଯୋଜନା ରେ ସମସ୍ତ ବିଜୁ ପ୍ରେମୀ ବରସୁଆଁ ସ୍ଥିତ ବିଜୁ ବାବୁଙ୍କ ପ୍ରତିମୂର୍ତ୍ତି ନିକଟରେ ପହଞ୍ଚି, ପ୍ରତିମୂର୍ତ୍ତି ରେ ଧୂପ ଏବଂ ମାଲ୍ୟାର୍ପଣ କରି ବିଜୁବାବୁଙ୍କ ନିମନ୍ତେ ଭକ୍ତିପୂତ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିଥିଲେ ।ପରେ ସଭାପତି କଂ ଦ୍ଵାରା,ବିଗତ ଶତାବ୍ଦୀ ରେ ଓଡ଼ିଶା ର ସାମାଜିକ, ରାଜନୈତିକ, ଅର୍ଥ ନୈତିକ ବିକାଶ ରେ ବିଜୁବାବୁଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ଓ ତାଙ୍କରି ଜୀବନ ଗାଥା ଉପରେ ଆଲୋକପାତ କରିଥିଲେ ଅନ୍ୟ ମାନଙ୍କ ମଧ୍ୟରେ ବଣାଇ ର ପୂର୍ବତନ ଜିଲ୍ଲାପରିଷଦ ଅଧ୍ୟକ୍ଷ ରଣଜିତ୍ କିସାନ, ବିଜେଡି ମୁଖପାତ୍ର ସୁନ୍ଦର ମଣି ପ୍ରଧାନ, ପୂର୍ବତନ ସରପଂଚ ଅଜୟ କୁମାର ନାଏକ,ଵରସୁଆଁ ଵାସୁକି ନାଥ ଗ୍ରୁପ୍ ଅଧ୍ୟକ୍ଷ କଂ ସମେତ ଅଞ୍ଚଳର ବହୁ ବିଜେଡି କର୍ମୀ ଉପସ୍ଥିତ ରହିଥିଲେ
