ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଆରମ୍ଭରୁ ଦେଖାଗଲା କେଁ

ପୁରୀ : ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଆରମ୍ଭରୁ ଦେଖାଗଲା କେଁ । ଗତ କିଛିଦିନ ତଳେ ଏଏସଆଇ ଡିଜି ପୁରୀ ଗସ୍ତରେ ଆସି ମେଘନାଦ ପାଚେରୀ ଠାରୁ ୧୦୦ ମିଟର ଭିତରେ ଚାଲିଥିବା ନିର୍ମାଣ କାର୍ଯ୍ୟକୁ ବିରୋଧ କରିଥିବାବେଳେ, ଏହା ଏନଏମଏ ର ଗାଇଡଲାଇନକୁ ଉଲଙ୍ଘନ କରୁଥିବା ମଧ୍ୟ ଅଭିଯୋଗ ହୋଇଛି । ଏହି ପରିପ୍ରେକ୍ଷୀରେ ଆଜି ଶ୍ରୀଜଗନ୍ନାଥ ସେନା ତରଫରୁ ବେଆଇନ୍ ନିର୍ମାଣ କାର୍ଯ୍ୟକୁ ତୁରନ୍ତ ବନ୍ଦ କରିବାକୁ ଜୋରଦାର ବିରୋଧ କରାଯାଇଛି । ପ୍ରକଳ୍ପ କାର୍ଯ୍ୟ ଚାଲିଲେ ଶ୍ରୀମନ୍ଦିର ପ୍ରତି ବିପଦ ଥିବା ଆଶଙ୍କା କରି ଏହି ବିକ୍ଷୋଭ ପ୍ରଦର୍ଶନ କରାଯାଇଛି ।

Leave a Reply

Your email address will not be published. Required fields are marked *