ଭୁଶୁଡ଼ିଲା ନିର୍ମାଣାଧିନ ଓଭରବ୍ରିଜ

ବୌଦ୍ଧ : ଭୁଶୁଡ଼ିଲା ନିର୍ମାଣାଧିନ ଓଭରବ୍ରିଜ । ନିମ୍ନମାନର କାର୍ଯ୍ୟ ଯୋଗୁଁ ପୋଲ ଭୁଶୁଡ଼ି ଯାଇଥିବା ଅଭିଯୋଗ ହୋଇଛି । ଏହା ସହ ସ୍ଥାୟୀତ୍ୱକୁ ନେଇ ମଧ୍ୟ ପ୍ରଶ୍ନ ଉଠିଛି । ଖୋର୍ଦ୍ଧା-ବଲାଙ୍ଗୀର ରେଳପଥ ନିର୍ମାଣ ପାଇଁ ବୌଦ୍ଧ ଜିଲ୍ଲାରେ କାର୍ଯ୍ୟ ଜାରି ରହିଛି । ଏହି ସମୟରେ ବୌଦ୍ଧ ଖଲିଆପାଲି ଗ୍ରାମ ପଞ୍ଚାୟତର ପୁରୁମୁଣ୍ଡା ପ୍ରାଥମିକ ବିଦ୍ୟାଳୟ ପାଖରେ ଲୋକ ଯିବା ଆସିବା ପାଇଁ ଏକ ପୋଲ କାର୍ଯ୍ୟ ନିର୍ମାଣ ଚାଲିଛି । ନିମ୍ନମାନର କାର୍ଯ୍ୟ ଯୋଗୁଁ  ତାହା ଭୁଶୁଡ଼ି ପଡିଛି । ଫଳରେ ଅଳ୍ପକେ ବର୍ତ୍ତିଯାଇଛନ୍ତି ଶ୍ରମିକ । କାର୍ଯ୍ୟର ତଦନ୍ତ କରିବା ସହ ବିଭାଗୀୟ ଜେଇ ଓ ଠିକାଦାର ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଅଞ୍ଚଳବାସୀ ଦାବି କରିଛନ୍ତି ।

Leave a Reply

Your email address will not be published. Required fields are marked *