କୋଡ଼ଖମଣ କାଜୁ ବଗିଚାରେ ଲାଗିଲା ନିଆଁ, ଆୟତ କଲା ଅଗ୍ନିଶମ ବାହିନୀ

ପାଟଣା : କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ ଅନ୍ତର୍ଗତ ଯମୁନାପଶି ପଞ୍ଚାୟତ କୋଡଖମଣ ଗ୍ରାମର ପରମେଶ୍ବର ମହାନ୍ତଙ୍କ କାଜୁ ବଗିଚାରେ ଆଜି ଅପରାହ୍ନରେ କୈାଣସି କାରଣରୁ ନିଆଁ ଲାଗି ବହୁ କାଜୁ ଗଛ ପୋଡ଼ି ନଷ୍ଟ ହୋଇଯାଇଛି । ଏଠାରେ ୪ ଏକର ପରିମିତ ଜମିରେ କାଜୁ ଗଛ ଲଗାଯାଇଥିବା ବେଳେ ୧ ଏକର ଜମିରେ ଥିବା ଗ୍ରାମର ପରମେଶ୍ବର ମହାନ୍ତଙ୍କ ବହୁ ଗଛ ପୋଡ଼ି ନଷ୍ଟ ହୋଇଯାଇଛି । ଖବର ପାଇ ପାଟଣା ଅଗ୍ନିଶମ ବାହିନୀ ପହଞ୍ଚି ଘଟଣା ସ୍ଥଳରେ ପହଞ୍ଚି ନିଆଁ ଅନ୍ୟ ଆଡ଼େ ବ୍ୟାପିବା ପୂର୍ବରୁ ଆୟତ କରିଥିଲେ ।

Leave a Reply

Your email address will not be published. Required fields are marked *