ପୌର ନିର୍ବାଚନକୁ ନେଇ କମ୍ପୁଛି ରାଜଧାନୀ, ନୋମିନେସନ୍ ଫାଇଲ୍ କରୁଛନ୍ତି ଜଣେ ପରେ ଜଣେ ପ୍ରାର୍ଥୀ

ଭୁବନେଶ୍ୱର : ପୌର ନିର୍ବାଚନକୁ ନେଇ କମ୍ପୁଛି ରାଜଧାନୀ । ନୋମିନେସନ୍ ଫାଇଲ୍ କରୁଛନ୍ତି ଜଣେ ପରେ ଜଣେ ପ୍ରାର୍ଥୀ । ପୌର ନିର୍ବାଚନ ପାଇଁ ନାମାଙ୍କନ ଦାଖଲର ଆଜି ତୃତୀୟ ଦିନ । ୨ ଦିନ ମଧ୍ୟରେ ବିଭିନ୍ନ ସ୍ଥାନରେ ପ୍ରାର୍ଥୀମାନେ ନିଜ ନିଜ ସମର୍ଥକଙ୍କ ସହ ଆସି ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି । ଭୁବନେଶ୍ବର ମହାନଗର ନିଗମରେ ନିର୍ବାଚନକୁ ନେଇ ରାଜନୀତି ପୁରା ସରଗରମ । ନାମାଙ୍କନ ଓ ଫର୍ମ କିଣିବା ପାଇଁ ଭୁବନେଶ୍ବର ଏଡିଏମ ଅଫିସରେ ଲାଗୁଛି ଭିଡ । ଅନ୍ୟପଟେ ଟିକେଟ୍ ହାତେଇବା ପାଇଁ ଶେଷ ମୂହୁର୍ତ୍ତରେ ଲବି ଜୋରଦାର କରିଛନ୍ତି ଆଶାୟୀ ପ୍ରାର୍ଥୀ । ସେଥିପାଇଁ ସକାଳୁ ସଂଧ୍ୟା ଯାଏଁ ଦଳୀୟ କାର୍ଯ୍ୟାଳୟ ଓ ବିଧାୟକଙ୍କ ଘର ଆଗରେ ଜମୁଛି ଭିଡ । ଯେହେତୁ ପ୍ରମୁଖ ୩ ରାଜନୈତିକ ଦଳ ପକ୍ଷରୁ ପୁରା ପ୍ରାର୍ଥୀ ତାଲିକା ଚୁଡାନ୍ତ ହୋଇନି ସେଥିପାଇଁ ଆଶାୟୀ ଏବେ ବି ଆଶା ଛାଡିନାହାଁନ୍ତି । ଦଳୀୟ ଟିକେଟ ମିଳୁ କି ନମିଳୁ ଆଗତୁରା ନାମାଙ୍କନ ପତ୍ର କିଣି ନେଇଛନ୍ତି ବହୁ ଆଶାୟୀ ।

Leave a Reply

Your email address will not be published. Required fields are marked *