ମାଙ୍ଗାନିଜ ଚୋରା ଚାଲାଣ ବେଳେ ପୋଲିସ ଦ୍ବାରା ଟିପର ଜବତ, ସଂପୃକ୍ତିରେ ଦୁଇ ଗିରଫ

ବଣାଇ : ବଣାଇ ଉପଖଣ୍ଡ କୋଇଡା ଥାନା ଅନ୍ତର୍ଗତ ବିଭିନ୍ନ ଅଞ୍ଚଳରେ ବନ୍ଦହୋଇ ପଡିରହିଥିବା ଖଣିମାନଙ୍କରେ ପୂର୍ବରୁ ଗଛିତ ଥିବା ମାଙ୍ଗାନିଜ ଓ ଲୁହାପଥର ଉପରେ ମାଫିଆମାନଙ୍କ ଲୋଲୁପ ଦୃଷ୍ଟି ଯୋଗୁଁ ବାରମ୍ବାର ଏ ସବୁ ସ୍ଥାନରୁ ବିଭିନ୍ନ ମୂଲ୍ୟବାନ ଖଣିଜ ସାମଗ୍ରୀ ଚୋରି ହେଉଥିବା ଦେଖାଯାଇଛି । ଗତକାଲି ଭୋର ସକାଳ ସମୟରେ ଖଣିଜ ସାମଗ୍ରୀ ଚୋରାଚାଲାଣ ହେଉଥିବାର ଖବର ପାଇ କୋଇଡା ପୋଲିସ ପକ୍ଷରୁ ସଦଳ ଵଳ ଚଢାଉ କରି ଏକ ଟିପରକୁ ଧରିବାରେ ସକ୍ଷମ ହୋଇଛି ।

ଏହି ଟିପରରେ ୭ ଟନ୍ ରୁ ଉର୍ଦ୍ଧ୍ବ ଚୋରା ମାଙ୍ଗାନିଜ ଥିବାବେଳେ, ଏହାର ବଜାର ମୂଲ୍ୟ ପାଞ୍ଚ ଲକ୍ଷ ଟଙ୍କାରୁ ଅଧିକ ହେବ ବୋଲି ଜଣାପଡିଛି । ଟିପର ସହ ମାଙ୍ଗାନିଜକୁ ଜବତ କରି ଥାନାକୁ ଅଣାଯିବା ସହିତ, ଏଥିରେ ସଂପୃକ୍ତ ଥିବା ଦୁଇଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ଜଣାପଡ଼ିଛି । ବାରମ୍ବାର କୋଇଡା ଅଞ୍ଚଳରୁ ଖଣିଜ ସାମଗ୍ରୀ ଚୋରାଚାଲାଣ ହେଉଥିବାବେଳେ, ଏସବୁ କେଉଁ କେଉଁ ସ୍ଥାନରୁ ଆସୁଛି ସେ ସବୁର ଅଧିକ ତଥ୍ୟ ନିମନ୍ତେ ପୋଲିସ ପକ୍ଷରୁ ତଦନ୍ତ ଜାରି ରଖିଥିବା ଜଣାପଡିଛି ।

Leave a Reply

Your email address will not be published. Required fields are marked *