ଭୁବନେଶ୍ବର : ରାଜଧାନୀରୁ ପୁଳା ପୁଳା ଜାଲ୍ ନୋଟ । ଭୁବନେଶ୍ୱର ଖାରବେଳନଗର ଥାନା ଅଞ୍ଚଳରୁ ୭ ଲକ୍ଷ ଟଙ୍କାର ନକଲି ନୋଟ୍ ଜବତ ହୋଇଛି । ଡିସିପି ଉମାଶଙ୍କର ଦାଶ ଏନେଇ ସୂଚନା ଦେଇଛନ୍ତି । ଖବର ଅନୁଯାୟୀ, ଜାଲ୍ ନୋଟ୍ କାରବାର ନେଇ ପୋଲିସ ନିକଟରେ ଗୁଇନ୍ଦା ସୂଚନା ମିଳିଥିଲା । ପୋଲିସ ସୂଚନା ଆଧାରରେ ଖାରବେଳନଗର ଥାନା ଅଞ୍ଚଳରେ ଚଢାଉ କରିଥିଲେ । ଏହି ଚଢାଉରେ ୨୦୦ ଟଙ୍କିଆ ନକଲି ନୋଟ ଜବତ କରିଛି ପୋଲିସ । ତେବେ ଜବତ ହୋଇଥିବା ଟଙ୍କା ପ୍ରାୟ ୭ ଲକ୍ଷ ଟଙ୍କା ହେବ ବୋଲି ସୂଚନା ମିଳିଛି । ଏହା ସହିତ ନକଲି ନୋଟ କାରବାର ଅଭିଯୋଗରେ ୨ ଜଣଙ୍କୁ ଗିରଫ କରିଛି ପୋଲିସ । ଅଧିକ ତଦନ୍ତ ପାଇଁ ସେମାନଙ୍କୁ ପଚରାଉଚରା ଜାରି ରହିଛି । ସେହିପରି ରାଜଧାନୀରୁ ଏତେ ପରିମାଣର ନକଲି ନୋଟ ଜବତ ହେବା ପୋଲିସ ପାଇଁ ଚିନ୍ତାର ବିଷୟ ପାଲଟିଛି । କିଏ ଓ କାହିଁକି ଏତେ ପରିମାଣର ଟଙ୍କା ଆଣିଥିଲା ଏବଂ କେଉଁମାନେ ଥିଲେ ଟାର୍ଗେଟ । ସେନେଇ ଖୋଲତାଡ଼ କରୁଛି ପୋଲିସ ।
