ନିର୍ବାଚନ ହାରିବାରୁ ସରପଞ୍ଚ ପ୍ରାର୍ଥୀଙ୍କ ରାସ୍ତାରୋକ

ରାୟଗଡ : ରାଜ୍ୟରେ ପଞ୍ଚାୟତ ନିର୍ବାଚନ ସରିଛି । ନିର୍ବାଚନ ଫଳାଫଳ ବାହାରିବା ପରେ ଅନେକ ସ୍ଥାନରେ ହିଂସା ଦେଖିବାକୁ ମିଳିଛି । ତେବେ ନିର୍ବାଚନ ହାରିବାରୁ ସରପଞ୍ଚ ପ୍ରାର୍ଥୀଙ୍କ ରାସ୍ତାରୋକ । ରାସ୍ତାରେ ଗାତ ଖୋଳି, ବଡ ବଡ ପଥର ରଖି ରାସ୍ତା ବନ୍ଦ କଲେ ବିଜେଡି ସମର୍ଥିତ ସରପଂଚ ପ୍ରାର୍ଥୀ । ଏମିତି ଘଟଣା ଦେଖିବାକୁ ମିଳିଛି ଗଜପତି ଜିଲ୍ଲା ରାୟଗଡ ବ୍ଲକ ଗଙ୍ଗାବାଡ ପଂଚାୟତ ଠାରେ । ସ୍ୱାଧୀନ ପ୍ରାର୍ଥୀଙ୍କଠାରୁ ପରାଜୟ ପରେ ବିଜେଡ ସମର୍ଥିତ ସରପଞ୍ଚ ପ୍ରାର୍ଥୀ ୫ ଟି ଗାଁ କୁ ସଂଯୋଗ କରୁଥିବା ରାସ୍ତା ରେ ଗାତ ଖୋଳି, ପଥର ପକାଇ ଗାଁ ଗୁଡ଼ିକୁ ରାସ୍ତା ବନ୍ଦ କରିଥିବା ଅଭିଯୋଗ ହୋଇଛି ।

Leave a Reply

Your email address will not be published. Required fields are marked *