ଦଣ୍ତୁଆସିପଡ଼ା ଗାଁ’ରେ ବୋମା ମାଡ଼ ଘଟଣା, ଗାଁ ଜଗିଛନ୍ତି ବୃଦ୍ଧ ବୃଦ୍ଧା

ବ୍ରହ୍ମଗିରି : ରାଜନୈତିକ ବିବାଦକୁ ନେଇ ବ୍ରହ୍ମଗିରି ଥାନା ଦଣ୍ତୁଆସିପଡ଼ା ଗାଁରେ ଦୁଇ ଗୋଷ୍ଠୀ ମଧ୍ୟରେ ବୋମା ମାଡ଼ ପରେ ଏବେ ଗାଁ ପୂରା ଖାଲି ହୋଇଯାଇଛି । ଗତକାଲି ଗାଁରେ ପ୍ରଚଣ୍ତ ଶଦ୍ଦ ଶୁଭିବା ପରେ ପୁଲିସ ଘନ ଘନ ପଇଁତରା ମାରିଛି । ରାତି ତମାମ ପୁଲିସ ଚଢ଼ାଉ ପରେ ଲୋକେ ପୂରା ଗାଁ ଛାଡ଼ି ଦେଇଥିବା ଜଣାପଡିଛି । ଗାଁରେ କେବଳ କେତକ ବୃଦ୍ଧ ଓ ବୃଦ୍ଧାଙ୍କ ସହିତ ଛୋଟ ଛୋଟ ନାବାଳକ ଘର ଜଗି ରହିଛନ୍ତି । ଅନେକ ଲୋକେ ସେମାନଙ୍କ ଗୃହପାଳିତ ପଶୁଙ୍କୁ ଛାଡ଼ି ଦେଇଥିବା ସୂଚନା ମିଳିଛି । ଗତ ୧୦ ତାରିଖରେ ରାଜନୈତିକ ବିବାଦକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ହୋଇଥିଲା । ୧୦ ଜଣ ସଂଘର୍ଷରେ ଆହତ ହୋଇଥିଲେ । ପୁଲିସ ଉଭୟ ପକ୍ଷରୁ ୬ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା । ବେଲ୍‌ରେ ଆସିବା ପରେ ପୁଣି ଥରେ ଗାଁରେ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ହୋଇଥିଲା । ୫୦ ରୁ ଅଧିକ ବୋମା ମାଡ଼ ହୋଇଥିଲା । ପୁଲିସ ନିଜ ଆଡୁ ଏକ ମାମଲା ରୁଜୁ କରି ଜଣେ ଯୁବତୀଙ୍କ ସହିତ ୨୦ ଜଣ ମହିଳାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା ।

Leave a Reply

Your email address will not be published. Required fields are marked *