ସ୍ଵାମୀଙ୍କୁ ଆକ୍ରମଣରୁ ବଞ୍ଚାଇବାକୁ ଯାଇ ଆକ୍ରମଣର ଶିକାର ହେଲେ ଗର୍ଭବତୀ ମହିଳା

ନୀଳଗିରି : ସ୍ଵାମୀଙ୍କୁ ଆକ୍ରମଣରୁ ବଞ୍ଚାଇବାକୁ ଯାଇ ଆକ୍ରମଣର ଶିକାର ହେଲେ ଗର୍ଭବତୀ ମହିଳା । ଅତି ଅମାନୁସିକ ଭାବେ ମାଡ଼ ମାରିବା ଭଳି ଅଭିଯୋଗ ହୋଇଛି । ନୀଳଗିରି ଥାନା ଅନ୍ତର୍ଗତ ନରସିଂହପୁର ପଞ୍ଚାୟତ ତିନିଦେଶ ଅଞ୍ଚଳରେ ଘଟିଛି ଏଭଳି ଘଟଣା । ଉଭୟ ଗ୍ରାମବାସୀଙ୍କ ସହାୟତାରେ ନ୍ୟାୟ ପାଇଁ ଥାନାର ଦ୍ବାରସ୍ଥ ହୋଇଛନ୍ତି ।

ସୂଚନାଯୋଗ୍ୟ ଯେ, ତିନିଦେଶ ଗ୍ରାମର ରାଖାଲ ସିଂ ଓ ତାଙ୍କ ସ୍ତ୍ରୀ ମିନତୀ ଘରେ ମଙ୍ଗଳବାର ରାତିରେ ଘରେ ଥିବାବେଳେ ସେହି ଅଞ୍ଚଳର ସୁକାନ୍ତ ସିଂ, ଲିତୁ ସିଂ, ଶମ୍ଭୁଆ ସିଂ, ନିରଞ୍ଜନ ନାୟକ ଆମ ସମର୍ଥକଙ୍କୁ କ’ଣ ପାଇଁ ଭୋଟ୍ ଦେଲେନି କହି ରାଖାଲକୁ ଆକ୍ରମଣ କରିଥିଲେ । ତାଙ୍କ ଗର୍ଭବତୀ ସ୍ତ୍ରୀ ଆସି ବାରଣ କରିବାରୁ ତାଙ୍କୁ ମଧ୍ୟ ମାଡ଼ ମାରିଥିଲେ । ବୁଧବାର ଉଭୟ ଆସି ଗ୍ରାମବାସୀଙ୍କ ସହାୟତାରେ ନ୍ୟାୟ ପାଇଁ ଥାନାର ଦ୍ବାରସ୍ଥ ହୋଇଛନ୍ତି ।

Leave a Reply

Your email address will not be published. Required fields are marked *