ଏହା କୋରାପୁଟ ଜିଲ୍ଲାରେ ଅବସ୍ଥିତ । ଦେଓମାଳୀ ପର୍ବତ ଓଡ଼ିଶାର ଉଚ୍ଚତମ ଗିରିଶୃଙ୍ଗ । କୋରାପୁଟଠାରୁ ଏହାର ଦୂରତା ମାତ୍ର ୩୫ କିଲୋମିଟର।ବର୍ଷର ବାରମାସ ଏହା ପର୍ଯ୍ୟଟକମାନଙ୍କ ପାଇଁ ଆକର୍ଷଣ ସାଜିଥାଏ। ତେବେ ‘ପରବ’ ପାଳନ ଅବସରରେ ନଭେମ୍ବର ୧୩ ତାରିଖ ଦିନ ଏଠାକୁ ପର୍ଯ୍ୟଟକମାନେ ବିଶେଷ ସଂଖ୍ୟାରେ ଆସିଥାନ୍ତି ଓ ପାହାଡ଼ ଚଢ଼ିଥାନ୍ତି। ପର୍ଯ୍ୟଟକଙ୍କ ପାଇଁ ଏଠାରେ ଛଅଟି ଶିଖର ଦୃଶ୍ୟ (view point) ନିର୍ମାଣ କରା ଯାଇଛି। ଏଠାରୁ ଦେଓମାଳୀ ପାହାଡ଼ମାଳାର ପ୍ରାକୃତିକ ସୌନ୍ଦର୍ଯ୍ୟ ଉପଭୋଗ୍ୟଏଠାରେ ରହିବାପାଇଁ କୌଣସି ବ୍ୟବସ୍ଥା ନାହିଁ। ବଣଭୋଜି, ପାହାଡ଼ ଚଢ଼ା ଓ ପରିବାର ସହ ଭ୍ରମଣ ପାଇଁ ଏହି ସ୍ଥାନଟି ଉପଯୋଗୀ। ନିଜର ଯାନବାହନ ନେଇ ଏଠାକୁ ସିଧାସଳଖ ଯାଇହୁଏ। ଯିବାପାଇଁ ସେମିଳିଗୁଡ଼ା, ସୁନାବେଡ଼ା, କୋରାପୁଟ ଅଥବା କୁନ୍ଦୁଲି ହାଟରୁ କମାଣ୍ଡର୍ ଗାଡ଼ି ମିଳିଥାଏ। ଦେଓମାଳି ଉପତ୍ୟକାକୁ ଯିବାପାଇଁ ଦେଓମାଳି ଛକରୁ ୬ କି.ମି. ଚାଲି ଚାଲି ଯିବାକୁ ହୁଏ।ଦେଓମାଳିକୁ ଓଡ଼ିଶାର ‘ସାବର ଶ୍ରୀକ୍ଷେତ୍ର’ ବୋଲି ମଧ୍ୟ କୁହାଯାଏ। ଦେଓମାଳିରେ ଆପଣ ‘M’ ଆକାରର ପର୍ବତ ଶୃଙ୍ଗ ମଧ୍ୟ ଦେଖିବାକୁ ପାଇବେ। ଯାହା ପର୍ଯ୍ୟଟକଙ୍କୁ ଅଧିକ ଆକୃଷ୍ଟ କରିଥାଏ।
