ବଣାଇ : ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ମତଦାନ ନିମନ୍ତେ ବୁଧବାର ଦିନ ବଣାଇର ସମସ୍ତ ପଞ୍ଚାୟତରେ ଶାନ୍ତି ଶୃଙ୍ଖଳାର ସହିତ ମତଦାନ ସମାପନ ହୋଇଯାଇଛି । ବ୍ଲକରେ ଥିବା ୧୭୨ ଟି ବୁଥରେ ମତଦାତାମାନେ ୨ ଜଣ ଜିଲ୍ଲାପରିଷଦ ସଭ୍ୟ, ୧୩ ଜଣ ସରପଞ୍ଚ, ୧୩ ସମିତିସଭ୍ୟ ଏବଂ ୭୮ ଜଣ ୱାର୍ଡମେମ୍ଵରଙ୍କ ନିମନ୍ତେ ମତଦାନ କରିଛନ୍ତି । ସକାଳ ୭ ଘଟିକା ସମୟରୁ ମତଦାନ ଆରମ୍ଭ ହୋଇଥିବା ବେଳେ, ସକାଳୁଆ କୋହଲା ପାଗ ଯୋଗୁଁ ଅନେକ ମତଦାନ କେନ୍ଦ୍ର ପ୍ରାୟତଃ ଫାଙ୍କା ପଡ଼ିଥିଲା । ତେବେ ସକାଳ ୯ ଘଟିକା ପରେ ଭୋଟ ଗ୍ରହଣ କେନ୍ଦ୍ରରେ ଭିଡ଼ ଯୋଗୁଁ ଲମ୍ବା ଲାଇନ ଲାଗି ରହିଥିଲା । ଵଣାଇ (ଖ) ଜୋନ୍ ରେ ଥିବା କେନ୍ଦ୍ରୀକଳା, ଵଣାଇଗଡ, ଜକୈକଳା, ଗୋଗୁଆ, ଵନେଇକଳା ପ୍ରଭୁତି ୮୫ଟି ଵୁଥ୍ ରେ ଭୋଟ ଗ୍ରହଣ କରାଯାଇଥିବା ବେଳେ ପ୍ରାୟ ସମସ୍ତ ବୁଥରେ ୬୦% ରୁ ଉର୍ଦ୍ଧ୍ବ ମତଦାନ ହୋଇଥିବା ଜଣାପଡିଛି ।
