ଓଡିଶା ଟେନିସ ବଲ କ୍ରିକେଟ ଦଳକୁ ସମ୍ବର୍ଦ୍ଧନା

ଭୁବନେଶ୍ବର: ନିକଟରେ ଆନ୍ଧ୍ରପ୍ରଦେଶର ବିଜୟଓ୍ବାଡା ଠାରେ ଅନୁଷ୍ଠିତ ୨୯ ତମ ସିନିୟର୍ ଟେନିସ ବଲ ଚମ୍ପିୟାନସିପରେ ରନର୍ସଅଫ୍ ଓଡ଼ିଶା ଦଳକୁ ଆଜି ବିପୁଳ ସ୍ବାଗତ ସମ୍ବର୍ଦ୍ଧନା ଦିଆଯାଇଛି। ଓଡ଼ିଆ ଦଳ ଉତ୍ତରପ୍ରଦେଶ ଠାରୁ ଫାଇନାଲରେ ପରାସ୍ତ ହୋଇ ପଞ୍ଚମ ଥର ପାଇଁ ରନର୍ସଅଫ୍ ହୋଇଛି। ଏହି ସଫଳତା ସହ ଦଳ ମଧ୍ୟ ରୈ।ପ୍ୟ ପଦକ ହାସଲ କରିଥିଲା। ସିନିୟର୍ ଦଳ ଆଜି ଭୁବନେଶ୍ବରରେ ପହଞ୍ଚିଲା ପରେ ସମସ୍ତ ସଦସ୍ୟଙ୍କୁ ଭବ୍ୟ ସ୍ଵାଗତ କରାଯାଇଥିଲା। ଭୁବନେଶ୍ବର ରେଲୱେ ଷ୍ଟେସନରେ ଉତ୍ତର ବିଧାୟକ ପ୍ରିୟଦର୍ଶୀ ମିଶ୍ର, ଓଡ଼ିଶା ଟେନିସ ବଲ କ୍ରିକେଟ ସଂଘର ସଭାପତି ସୁରଜ ମିଶ୍ର, ସମ୍ପାଦକ ଶିଥିଳ କୁମାର ପଣ୍ଡା, ଯୁଗ୍ମ ସହ ସମ୍ପାଦକ ସୋମନାଥ ପରିଡ଼ା, ଯୁବ ନେତା ଅବଲ ସ୍ବାଇଁ, ସମାଜସେବୀ ସୁଧାକରମାଝି, ହେମନ୍ତ କୁମାର ମହାରଣା ଏବଂ ବିଭିନ୍ନ ଅନୁଷ୍ଠାନର କର୍ମକର୍ତ୍ତା ସେଠାରେ ପହଞ୍ଚି ଖେଳାଳି ମାନଙ୍କୁ ସମ୍ବର୍ଦ୍ଧିତ କରିବା ସହ ପୁଷ୍ପ ଗୁଛ ଦେଇ ସ୍ବାଗତ କରିଥିଲେ। ଏଥିସହ ଦଳ ଆଗାମୀ ଦିନରେ ସଫଳତା ପାଇବା ପାଇଁ ଶୁଭେଛା ମଧ୍ୟ ଜଣାଇଛନ୍ତି। ଆଗାମୀ ଦିନରେ ଯଦି ରାଜ୍ୟ ସରକାର ଟେନିସ ବଲ କ୍ରିକେଟ ଖେଳାଳି ମାନଙ୍କୁ ସାହାଯ୍ୟ ଓ ପ୍ରୋତ୍ସାହନ ଯୋଗାଇ ଦିଆଗଲେ ରାଜ୍ୟ ପାଇଁ ଅଧିକ ରୁ ଅଧିକ ସଫଳତା ଆଣି ପାରନ୍ତେ ବୋଲି ଓଡ଼ିଶା ଦଳର କୋଚ୍ ଚକ୍ରଧର ମାଝି କହିଛନ୍ତି।

Leave a Reply

Your email address will not be published. Required fields are marked *