ଜଗତସିଂହପୁର : ନିର୍ବାଚନ ଆଚରଣ ବିଧି ଉଲଘଂନ ଅଭିଯୋଗ । ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ବ୍ଳକ୍ ସଂଅରା ପଞ୍ଚାୟତରେ ନିର୍ବାଚନ ଆଚରଣ ବିଧି ଉଲଘଂନ ଅଭିଯୋଗ ହୋଇଛି । ଏହି ଅଭିଯୋଗ ଆଣିଛନ୍ତି ସଅଁରା ପଞ୍ଚାୟତ ସରପଞ୍ଚ ପ୍ରାର୍ଥି ବିକ୍ରମ କିଶୋର ସ୍ଵାଇଁ । ଏହି ପଞ୍ଚାୟତର ୬ ନମ୍ବର ୱାର୍ଡ଼ ମୁସଲମାନ ସାହିରେ ଶାସକ ଦଳର କର୍ମୀମାନେ ଷ୍ଟ୍ରିଟ ଲାଇଟ୍ ଲଗାଉଛନ୍ତି । ନିର୍ବାଚନ ଆଚରଣ ବିଧି ଅନୁଯାୟୀ ପଞ୍ଚାୟତରେ କୌଣସି ଉନ୍ନୟନ ମୂଳକ କାର୍ଯ୍ୟ କରାଯିବ ନାହିଁ ବୋଲି ବିଜ୍ଞପ୍ତି ଜାରି କରାଯାଇଛି । କିନ୍ତୁ ସଅଁରା ପଞ୍ଚାୟତରେ ନିର୍ବାଚନ ଆଚରଣ ବିଧିକୁ ଖୋଲା ଖୋଲି ଭାବରେ ଉଲଂଘନ କରାଯାଇ ନୂତନ ଭାବରେ କାର୍ଯ୍ୟ କରାଯାଉଥିବାକୁ ନେଇ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି । ଏଥିପ୍ରତି ଜିଲ୍ଲା ନିର୍ବାଚନ ଅଧିକାରୀ ପଦକ୍ଷେପ ଗ୍ରହଣ କରିବାକୁ ଦାବି ହୋଇଛି ।
