ପୁରୀ : ରାତି ପାହିଲେ ଭୋଟ୍ ଦେବେ କୃଷ୍ଣପ୍ରସାଦ ବ୍ଲକ ଭୋଟର । ଆଜିଠୁ ଆରମ୍ଭ ହେଲା ନିୟମ ପ୍ରମାଣ । ଏକ ନିର୍ଦ୍ଧିଷ୍ଟ ଦଳକୁ ଭୋଟ ଦେବାକୁ ଗାଁରେ ଘଣ୍ଟ ବାଡେଇ ଶପଥ କାର୍ଯ୍ୟ କରୁଛି ବିଜେଡି । ଭିଡିଓ ହେଲା ଭାଇରାଲ । ସିଆଣ୍ଡି ଗ୍ରାମ ପଞ୍ଚାୟତ ଗୋପାଳପୁର ପାଟପୁର ଗ୍ରାମରୁ ଆସିଲା ଚିତ୍ର । ପୂର୍ବରୁ ଏହି ଗାଁରେ ଜୋର ଜବରଦସ୍ତ ଭୋଟ କାର୍ଯ୍ୟ କରାଯାଉଥିବା ଅଭିଯୋଗ କରିଛନ୍ତି ପଞ୍ଚାୟତ ବାସୀ । ଚଳିତ ବର୍ଷ ତ୍ରୀସ୍ତରୀୟ ପଞ୍ଚାୟତ ନିର୍ବାଚନ ଅବାଧ ଓ ନିରପକ୍ଷ କରିବାକୁ ପ୍ରଶାସନ ନିକଟରେ ଦାବି କରିଛନ୍ତି ପଞ୍ଚାୟତବାସୀ ।
ସୂଚନାଯୋଗ୍ୟ, ବୁଧବାର ୩୦ଟି ଜିଲ୍ଲାର ୭୧ଟି ବ୍ଲକର ୨୦୨ଟି ଜିଲ୍ଲା ପରିଷଦ ଜୋନ୍, ୧୬୬୯ଟି ସରପଞ୍ଚ, ୧୬୬୯ଟି ପଞ୍ଚାୟତ ସମିତି ସଭ୍ୟ ଓ ୨୦ ହଜାରରୁ ଅଧିକ ୱାର୍ଡମେମ୍ବର ପଦବି ପାଇଁ ୨୨୩୭୯ଟି ବୁଥ୍ ରେ ମତଦାନ ହେବ । ୬୭ ଲକ୍ଷ ୫୧ ହଜାର ୬୮ ଜଣ ମତଦାତା ଭୋଟ୍ ଦେବେ । ସବୁ ବୁଥ୍ ରେ ଜଣେ ଲେଖାଏଁ ହୋମଗାର୍ଡଙ୍କୁ ନିଯୁକ୍ତି କରାଯିବ । ଯେଉଁଠି ବୁଥ୍ ଉତ୍ତେଜନା ପ୍ରବଣ ଅଛି ସେଠାରେ ଜଣେ ଅତିରିକ୍ତ କନଷ୍ଟେବଳ ମୁତୟନ ହେବେ । ବୁଥ୍ ର ସମ୍ବେଦନତା ଦେଖି ସେଠାରେ ପୁଲିସ୍ କର୍ମଚାରୀ ମୁତୟନ ହେବେ । ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଯେପରି ଶୃଙ୍ଖଳିତ ଭାବେ ଆରମ୍ଭ ହେବ, ବାଲାଟ୍ ବକ୍ସ ନିରାପଦର ସହ ଷ୍ଟ୍ରଙ୍ଗରୁମ୍ ରେ ପହଞ୍ଚିବ ସେନେଇ ନିର୍ବାଚନ କମିସନର ସମସ୍ତ ଏସପିଙ୍କ ସହ ଆଲୋଚନା କରିଛନ୍ତି ।
