ବଣାଇ : ବଣାଇ ବନାଞ୍ଚଳ ଅଧିକାରୀଙ୍କ ଦ୍ଵାରା ବଣାଇ ରେଞ୍ଜରେ ଥିବା ସମସ୍ତ ବନପାଳ, ବନରକ୍ଷୀ , ନିଆଁ ଲିଭାଇବା ନିମନ୍ତେ ନିୟୋଜିତ ଥିବା ସମସ୍ତ ସ୍କ୍ୱାର୍ଡ, ତଥା ବଣାଇ ରେଞ୍ଜ ଅଧିନରେ ଥିବା ସମସ୍ତ ଵନ ସୁରକ୍ଷା ସମିତିର ସଦସ୍ୟମାନଙ୍କୁ ନେଇ ଆଜି ବଣାଇ ବନଖଣ୍ଡ କାର୍ଯ୍ୟାଳୟର ସଭା କକ୍ଷରେ ଏକ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି ।

ଚଳିତ ବର୍ଷ ଵଣାଇ ବନଖଣ୍ଡ ଅନ୍ତର୍ଗତ ୭ ଟି ରେଞ୍ଜରେ ଥିବା ଜଙ୍ଗଲ, ବନ୍ୟଜନ୍ତୁ, ଔଷଧୀୟ ଗଛ, ତଥା ଅନ୍ୟାନ୍ୟ ମୂଲ୍ୟବାନ ବୃକ୍ଷଗୁଡ଼ିକୁ ନିଆଁ ଦାଉରୁ ରକ୍ଷାକରିବା ନିମନ୍ତେ ପ୍ରତ୍ୟେକ ରେଞ୍ଜରେ ସଚେତନତା ଶିବିର ଅନୁଷ୍ଠିତ କରାଯାଉଥିବା ବେଳେ, ଆଜିକାର ସଚେତନତା କାର୍ଯ୍ୟକ୍ରମରେ ମଧ୍ୟ ବନଖଣ୍ଡ ଅଧିକାରୀ ସନତ୍ କୁମାର ଏନ୍ ଯୋଗଦେଇ, ଜଙ୍ଗଲ ନିଆଁ ନିୟନ୍ତ୍ରଣ ଓ ତା’ର ନିରାକରଣ ସମ୍ବନ୍ଧରେ ଉପସ୍ଥିତ ସମସ୍ତ ସଦସ୍ୟଙ୍କୁ ବକ୍ତବ୍ୟ ମାଧ୍ୟମରେ ସଚେତନତା କରିବା ସହିତ, ଏହାକୁ ସୁ ପରିଚାଳନା କରିବା ନିମନ୍ତେ ଉପସ୍ଥିତ ଥିବା ସହକାରୀ ଵନସଂରକ୍ଷକ ସମିର କୁମାର ତିର୍କୀଙ୍କୁ ପରାମର୍ଶ ଦେଇଥିଲେ । କାର୍ଯ୍ୟକ୍ରମକୁ ବଣାଇ ରେଞ୍ଜ ଅଧିକାରୀ ମନୋଜ କୁମାର ପାତ୍ର ପରିଚାଳନା କରିଥିବା ବେଳେ, ଵଣାଇ ବନପାଳ ସଦାଶିବ ପାତ୍ର ପ୍ରମୁଖ ସହାୟତା ପ୍ରଦାନ କରିଥିଲେ ।
