ପୂର୍ବତନ ବିଧାୟକ ବର୍ତ୍ତମାନ ବିଧାୟକଙ୍କ ବିବାଦ, ଛାତ୍ର କଙ୍ଗ୍ରେସ୍ ର ଜତୀୟ ରାଜପଥ ଅବରୋଧ

ସୋର : ପୂର୍ବତନ ବିଧାୟକଙ୍କୁ ବର୍ତ୍ତମାନ ବିଧାୟକଙ୍କ ଅଶାଳିନ ବ୍ୟବହାରକୁ ନେଇ ତାତିଲା ଛାତ୍ର କଙ୍ଗ୍ରେସ୍, କଲା ଜତୀୟ ରାଜପଥ ଅବରୋଧ । ବାଲେଶ୍ବର ଜିଲ୍ଲା ସୋରରେ ଛାତ୍ର କଙ୍ଗ୍ରେସ୍ ତରଫରୁ ଜାତୀୟ ରାଜପଥ ଅବରୋଧ । ଗତ ୯ ତାରିଖ ଦିନ ସୋରର ପୂର୍ବତନ ବିଧାୟକ ସୁରେନ୍ଦ୍ର ପ୍ରସାଦ ପରମାଣିକଙ୍କୁ ସୋରର ବର୍ତ୍ତମାନ ବିଧାୟକ ପର୍ଶୁରାମ ଧଡା ଦୁର୍ବ୍ୟବହାର କରିବା ସହ ତାଙ୍କ ସୁରକ୍ଷା କର୍ମୀ ଓ ଦଳିୟ କର୍ମୀ ଠେଲାପେଲା କରିବା ସହ ଦୁର୍ବ୍ୟବହାର କରିଥିଲେ । ଉକ୍ତ ଘଟଣା ପାଇଁ କଙ୍ଗ୍ରେସ୍ ବାଲେଶ୍ବର ଜିଲ୍ଲା ମୁଖ୍ୟ କାର୍ଯ୍ୟାଳୟରେ ସାମ୍ବାଦିକ ସମିଳନି କରି ଏହି ଘଟଣାରେ ବିଧାୟକଙ୍କ ଏଭଳି ଆଚରଣକୁ ନିନ୍ଦା କରିବା ସହ ବିଧାୟକ ଶ୍ରୀ ଧଡ଼ା ପୂର୍ବତନ ବିଧାୟକ ସୁରେନ୍ଦ୍ର ପ୍ରସାଦ ପରମାଣିକଙ୍କୁ ୪୮ ଘଣ୍ଟା ମଧ୍ୟରେ କ୍ଷମା ନମାଗିଲେ ଆଗାମି ଦିନରେ ଆନ୍ଦୋଳନ ତିବ୍ର କରାଯିବାକୁ ଚେତାବନି ଦେଇଥିଲେ l ଆଜି ଛାତ୍ର କଙ୍ଗ୍ରେସ୍ ର ଶହଶହ କର୍ମୀ ଜାତୀୟ ରାଜପଥ ଅବରୋଧ କରିବା ସହ ବିଧାୟକ ପର୍ଶୁରାମ ଧଡାଙ୍କ କୁଶପୁତ୍ତଳିକା ଦାହ କରିବା ସହ ଆଗାମି ଦିନରେ ଛାତ୍ର କଙ୍ଗ୍ରେସ୍ ବିଧାନସଭାକୁ ଧସେଇବା ସହ କଳା ପତାକା ଓ ଅଣ୍ଡାମାଡ କରିବାକୁ ଚେତାବନି ଦେଇଛନ୍ତି । ଖବର ପାଇ ସୋର ପୋଲିସ ଅବରୋଧ ସ୍ଥଳରେ ପହଞ୍ଚି ଅବରୋଧ ହଟାଇବା ସହ ରହିମତ ଅଲ୍ଲି ରାଜ୍ୟ ଛାତ୍ର କଙ୍ଗ୍ରେସ୍ ସାଧାରଣ ସମ୍ପାଦକଙ୍କୁ ଅଟକ ରଖିଛି ।

Leave a Reply

Your email address will not be published. Required fields are marked *