ଚଳିତ ବର୍ଷ ଜନତା ମୈଦାନରେ ହବ ତୋଷାଳି କ୍ରାଫ୍ଟ ମେଳା


ଭୁବନେଶ୍ୱର:
ଚଳିତ ବର୍ଷ ଜନତା ମୈଦାନ ରେ 13ତମ ତୋଷାଳି ମେଳା ଆୟୋଜିତ ହେବ। ରାଜ୍ୟ ବାହାରୁ 350 କାରିଗର ଓ ବୁଣାକାର ଏଥିରେ ଅଂଶଗ୍ରହଣ କରିବାକୁ ଥିବା ବେଳେ ଓଡିଶା ସମେତ ଅନ୍ୟ 25ଟି ରାଜ୍ୟ ଏହି ମେଳାରେ ଅଂଶଗ୍ରହଣ କରିବେ ବୋଲି ବୁଧବାର ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀ ରେ ପ୍ରକାଶ ପାଇଛି।
ସାରା ଦେଶର ବିଭିନ୍ନ ବିଭିନ୍ନ ପାରମ୍ପାରିକ ହସ୍ତତନ୍ତ କଳାକାରୀର ଝଲକ ଏହି ମେଳାରେ ଦେଖିବାକୁ ମିଳିବ। ମେଳାରେ ସବୁ ରାଜ୍ୟର ସାମଗ୍ରୀ ବିକ୍ରି ବାଟ ହେବା ସହ ସବୁବର୍ଗର ଗ୍ରାହକଙ୍କ ଚାହିଦାକୁ ଦୃଷ୍ଟିରେ ରଖି ସାମଗ୍ରୀ ଗୁଡିକୁ ଉପଲବ୍ଧ କରାଯିବ। ହସ୍ତତନ୍ତ ଅୟୁକ୍ତଙ୍କ ତରଫରୁ 10 ଲକ୍ଷ ଟଙ୍କାର ସହାୟତା ଯୋଗାଇ ଦିଆଯିବ। ମେଳା ପରିସର ରେ ମୋଟ 380ଟି ଷ୍ଟଲ ଥିବା ବେଳେ ସେଥିମଧ୍ୟରୁ 130 ଟି ହସ୍ତତନ୍ତ, 200ଟି ହସ୍ତଶିଳ୍ପ ଓ 30ଟି ଫୁଡ଼ କୋଟ ଷ୍ଟଲ ସହ 12ଟି ଶିକ୍ଷାନୁଷ୍ଠାନ ଷ୍ଟଲ କରାଯିବ। 17 ଦିନ ଧରି ଏହି ମେଳା ଅନୁଷ୍ଠିତ ହେବ। ସନ୍ଧ୍ୟା 6ଟାରୁ 9ଟା 30ଯାଏଁ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ କରାଯିବ। ରାଜ୍ୟର ନାମିଦାମୀ ହୋଟେଲ ଗୁଡିକ ଏହି ଷ୍ଟଲ ରେ ନିଜର ଫୁଡ଼ କୋଟ ଦେବେ ବୋଲି ପ୍ରକାଶ ପାଇଛି। ଏହି ମେଳା ପ୍ରତେକ ଦିନ 2ଟାରୁ ରାତି 9ଟା 30 ଯାଏଁ ଖୋଲା ହେବ।

Leave a Reply

Your email address will not be published. Required fields are marked *