ଯୁବ ସମାଜସେବୀଙ୍କ ପ୍ରଚେଷ୍ଟାରେ ରକ୍ତ ଦାନ ଶିବିର ଅନୁଷ୍ଠିତ

ବଣାଇ : ବଣାଇ ଉପଖଣ୍ଡ ଅନ୍ତର୍ଗତ ପାଣ୍ଡୁରିଶିଳା ଗ୍ରାମରେ ଥିବା ଡମ୍ବରୁଧର କ୍ଲବ ପରିସରରେ ଗତକାଲି ଯୁବ ସମାଜସେବୀ, ତଥା କ୍ଲବର ସଭାପତି ଶ୍ରୀ ଗିରିଧାରୀ ନନ୍ଦଙ୍କ ପ୍ରଚେଷ୍ଟାରେ ଏକ ରକ୍ତ ଦାନ ଶିବିର ଅନୁଷ୍ଠିତ ହୋଇଯାଇଛି ।

ମୁଖ୍ୟ ଅତିଥି ଭାବେ ଉପଖଣ୍ଡ ଚିକିତ୍ସାଳୟର ଭାରପ୍ରାପ୍ତ ଅଧୀକ୍ଷକ ଡ଼ାଃ ଭୋଳେଶର ପ୍ରଧାନ ଯୋଗଦେଇ କାର୍ଯ୍ୟକ୍ରମକୁ ଶୁଭାରମ୍ଭ କରିଥିବା ବେଳେ, ଉପଖଣ୍ଡ ଚିକିତ୍ସାଳୟ ପକ୍ଷରୁ ମଦନମୋହନ ନାଏକ, ଭାରତ ପରମାଣିକ, ରମାକାନ୍ତ ପାତ୍ର ପ୍ରମୁଖ ରକ୍ତ ସଂଗ୍ରହ କରିଥିଲେ । କରୋନା ଯୋଗୁଁ ଚିକିତ୍ସାଳୟରେ ରକ୍ତ ଅଭାବକୁ ଦୃଷ୍ଟିରେ ରଖି ଏହି କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା । ଏହି ଶିବିରରେ ୨୫ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିବା ଜଣାପଡିଛି । ଏଥିରେ ଅନ୍ୟମାନଙ୍କ ମଧ୍ୟରେ ଶଶିକାନ୍ତ ନନ୍ଦ, ଧରଣିଧର କିସାନ, ଦୁର୍ଗା ଚରଣ ଶତପଥୀଙ୍କ ସମେତ କ୍ଲବର ସମସ୍ତ ସଦସ୍ୟ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *