ଭିସୁଟର ଛତ୍ରଙ୍କ କମାଲ: ଉଦ୍ଭାବନ କଲେ ନିଆଁକୁ ଆୟତ କରିବା ଯନ୍ତ୍ର

ବୁର୍ଲା : ବୁର୍ଲା ଭିସୁଟ ଉଦ୍ୟମିତା ପ୍ରକୋଷ୍ଠ ଛାତ୍ରମାନେ ପୁଣି ଏକ କମାଲ ଦେଖାଇଛନ୍ତି । ବିପର୍ଯ୍ୟୟ ପରିଚାଳନା ଏବଂ ଡ୍ରୋନ ଟେକ୍ନୋଲୋଜିର ଡୋମେନ ଅଧିନରେ ସେମାନେ ଆରମ୍ଭ କରିଛନ୍ତି ଏକ ନୂଆ ଷ୍ଟାର୍ଟଅଫ୍ । ଏକ ସ୍ୱତନ୍ତ୍ର କ୍ଷେପଣାସ୍ତ୍ର ଉତ୍‌କ୍ଷେପଣ କୌଶଳ ବ୍ୟବହାର କରି ଫିକ୍ସଡ ୱିଙ୍ଗ ୟୁଏଭି ଏବଂ ଭିଟିଓଏଲ ବ୍ୟବହାର କରି ଆବଶ୍ୟକ ସ୍ଥାନରେ ନିଆଁ ଲିଭାଇବାକୁ ଏହା ଲକ୍ଷ୍ୟ ରଖିଛି । ଏହି ଷ୍ଟାର୍ଟଅଫ୍ ମେ ମାସ ୨୫ ତାରିଖ ୨୦୨୦ ମସିହାରେ ପଞ୍ଜିକୃତ ହୋଇଥିଲା । ଏହା ବର୍ତ୍ତମାନ ଇଲେକ୍ଟ୍ରୋପ୍ରିନର୍ସ ପାର୍କ, ଏସ‌୍‌ଟିପିଆଇ ଭୁବନେଶ୍ୱରରେ ଅର୍ନ୍ତଭୁକ୍ତ ହୋଇଛି । ଏହା ଖୁବ ଶୀଘ୍ର ନିଜ ଉତ୍ପାଦକୁ ବଜାରରେ ଲଞ୍ଚ କରିବାକୁ ଯୋଜନା ରଖିଛି । ଏହା ମିଶାଇଲ୍‌ ମୋନୋ ଅମୋନିୟମ୍‌ ଫସ୍‌ଫେଟ୍‌ ‌ସହିତ ଲୋଡ଼ ହେବ । ୪୦ ରୁ ୫୦ ମିଟର ଅଞ୍ଚଳରେ ନିଆଁ ଲିଭାଇ ପାରିବ ।

ଭିଟିଓଏଲର ଓଜନ ୮ କିଲୋଗ୍ରାମ ହେବ । ଏହା ୩ କିଲୋଗ୍ରାମ ପେଲୋଡ଼ ବହନ କରିବାର କ୍ଷମତା ରଖିବ । ୟୁଏଭି ୧୨୦କିମି ପ୍ରତି ଘଣ୍ଟା ହାସଲ କରିବାକୁ ଲକ୍ଷ୍ୟ ରଖିଛି । ୫୦ କିଲୋମିଟର ବ୍ୟାସାର୍ଦ୍ଧର ଏକ ବୃତ୍ତାକାର ଅଞ୍ଚଳ ସେବା କରିପାରିବ । ୟୁଏଭି ଏହି ଅଞ୍ଚଳରେ ଏରିଆଲ ସ୍କାନିଂ ପାଇଁ ସହାୟକ ହେବ । ଭଭୟ ଜଙ୍ଗଲ ଏବଂ ସହରର ନିଆଁ ଲିଭାଇବାରେ ସହାୟକ ହେବ । ଯେହେତୁ ଗତ ୨୦୧୮ ମସିହାରେ ଅଗ୍ନିଦାହ ସଂଖ୍ୟାରେ ଓଡ଼ିଶା ପ୍ରଥମ ସ୍ଥାନ ଅଧିକାର କରିଥିଲା ଏବଂ ସେହି ବର୍ଷ ଏହା ଏକ ମାସରେ ୧୪ ହଜାର ଅଗ୍ନିଦାହର ରେକର୍ଡ଼ ହାସଲ କରିଥିଲା । ତେଣୁ ଏହି ସମାସ୍ୟାର ସମାଧାନ ପାଇଁ ଆବଶ୍ୟକତା ଅନୁଯାୟୀ ୨୦ଟି ୟୁଏଭି ଆବଶ୍ୟକ ଥିବାରୁ ଏହି ଷ୍ଟାର୍ଟଅଫର ଆବଶ୍ୟକତା ରହିଛି । ସେହିପରି ଏହା କୌଣସି ବଡ଼ ଦୁର୍ଘଟଣା ଘଟିଲେ ଜୀବନ ବଞ୍ଚାଇବାରେ ବି ସହାୟକ ହେବ ବୋଲି ଦାବି କରାଯାଇଛି ।

Leave a Reply

Your email address will not be published. Required fields are marked *