ବିକାଶ ନାହିଁ ତ ଭୋଟ ନାହିଁ, ଚେତାଵନୀ ଦେଲେ ଅଞ୍ଚଳବାସୀ

ବୌଦ୍ଧ : ପଞ୍ଚାୟତ ନିର୍ବାଚନ ପାଇଁ ଗାଁ ଗୁଡିକରେ ଭୋଜି ଭାତର ମାହୋଲ ଜମିଥିବାବେଳେ ନେତାମାନେ ଘର ଘର ବୁଲି ଭୋଟ ଭିକ୍ଷା କରୁଛନ୍ତି । ତେବେ ଭୋଟରଙ୍କ ଦିନେକୁ ନେତାଙ୍କ ୫ ବର୍ଷ ନ୍ୟାୟରେ ଅନେକ ଗ୍ରାମରେ ଲୋକମାନେ ଭୋଟ ସମୟରେ ନେତାମାନଙ୍କ ସମ୍ମୁଖରେ ନିଜର ଦାବି ଆପତ୍ତି ମଧ୍ୟ ଉପସ୍ଥାପନ କରୁଥିବା ଦେଖାଯାଇଛି । ତେବେ ବୌଦ୍ଧ ବ୍ଲକର ଦୁର୍ଗମ ଅଞ୍ଚଳ ଭାବରେ ଜଣାଶୁଣା ଟିକରପଡ଼ାର ପଞ୍ଚାୟତର କିଛି ଗ୍ରାମରେ ଏଥର ବିକାଶ ନାହିଁ ତ ଭୋଟ ନାହିଁ ବୋଲି ଚେତାବନୀ ଦେବା ସହିତ ସେମାନଙ୍କ ଦାବି ପୂରଣ ନହେଲେ ଭୋଟ ବର୍ଜନ କରିବାକୁ ନିଷ୍ପତ୍ତି ନେଇଥିବା ଜଣାପଡ଼ିଛି ।ସୂଚନା ମୁତାବକ ବୌଦ୍ଧ ବ୍ଲକର ଟିକରପଡ଼ା ପଞ୍ଚାୟତ ବଣ ପାହାଡ ମଧ୍ୟରେ ଅବସ୍ଥିତ । ପଞ୍ଚାୟତର ଅନେକ ଗ୍ରାମକୁ ସବୁଦିନିଆଁ ରାସ୍ତା ନଥିବାବେଳେ ପାଣି ବିଜୁଳି ସେମାନଙ୍କ ପାଇଁ ସାତ ସପନ ହୋଇପଡ଼ିଛି । କେବଳ ନିର୍ବାଚନ ସମୟରେ ନେତାଙ୍କ ପାଦ ଗ୍ରାମଗୁଡିକରେ ପଡୁଥିବାବେଳେ, ଅନ୍ୟ ସମୟରେ ସେମାନେ ବିଭିନ୍ନ ସମସ୍ୟା ସହିତ ବଞ୍ଚିବାକୁ ସଂଗ୍ରାମ ଜାରି ରଖିଛନ୍ତି । ତେଣୁ ଏଥର ନିର୍ବାଚନରେ ନେତାଙ୍କୁ ଗ୍ରାମବାସୀମାନେ ସିଧା ଚେତାବନୀ ଦେଇଛନ୍ତି । ଯଦି ଗ୍ରାମର ବିକାଶ ନାହିଁ ତ ଆମେ କେହି ଭୋଟ ଦେବୁନାହିଁ ବୋଲି ଗ୍ରାମବାସୀମାନେ ସିଧାସଳଖ ଜଣାଇ ଦେଇଛନ୍ତି । ପଞ୍ଚାୟତର ଦମଣ୍ଡା ଗ୍ରାମଟି ସୂଚନା ମୁତାବକ ବୌଦ୍ଧ ବ୍ଲକର ଟିକରପଡ଼ା ପଞ୍ଚାୟତ ବଣ ପାହାଡ ମଧ୍ୟରେ ଅବସ୍ଥିତ । ପଞ୍ଚାୟତର ଅନେକ ଗ୍ରାମକୁ ସବୁଦିନିଆଁ ରାସ୍ତା ନଥିବାବେଳେ ପାଣି ବିଜୁଳି ସେମାନଙ୍କ ପାଇଁ ସାତ ସପନ ହୋଇପଡ଼ିଛି । କେବଳ ନିର୍ବାଚନ ସମୟରେ ନେତାଙ୍କ ପାଦ ଗ୍ରାମଗୁଡିକରେ ପଡୁଥିବାବେଳେ ଅନ୍ୟ ସମୟରେ ସେମାନେ ବିଭିନ୍ନ ସମସ୍ୟା ସହିତ ବଞ୍ଚିବାକୁ ସଂଗ୍ରାମ ଜାରି ରଖିଛନ୍ତି । ତେଣୁ ଏଥର ନିର୍ବାଚନରେ ନେତାଙ୍କୁ ଗ୍ରାମବାସୀମାନେ ସିଧା ଚେତାବନୀ ଦେଇଛନ୍ତି । ଯଦି ଗ୍ରାମର ବିକାଶ ନାହିଁ ତ ଆମେ କେହି ଭୋଟ ଦେବୁନାହିଁ ବୋଲି ଗ୍ରାମବାସୀମାନେ ସିଧାସଳଖ ଜଣାଇ ଦେଇଛନ୍ତି । ପଞ୍ଚାୟତର ଦମଣ୍ଡା ଗ୍ରାମଟି ବିଭିନ୍ନ ସମସ୍ୟାରେ ବୁଡି ରହିଥିବାବେଳେ ଗ୍ରାମବାସୀ ବିଭିନ୍ନ ମୌଳିକ ସୁବିଧାରୁ ବଞ୍ଚିତ ଥିବା ଅିଭଯୋଗ କରିଛନ୍ତି । ସରକାର ଶିକ୍ଷାକୁ ବାଧ୍ୟତାମୂଳକ କରିଥିବାବେଳେ ଗ୍ରାମରେ ବିଦ୍ୟାଳୟ ନଥିବାରୁ ପିଲାମାନେ ଶିକ୍ଷା ଅଧିକାରରୁ ବଞ୍ଚିତ ହେଉଛନ୍ତି ।

ଏଥିସହିତ ଗ୍ରାମକୁ ଭଲ ରାସ୍ତା ଖଣ୍ଡେ ନଥିବାରୁ ଗ୍ରାମବାସୀମାନେ ଯିବାଆସିବାରେ ବହୁ ଅସୁବିଧାର ସମ୍ମୁଖିନ ହେଉଛନ୍ତି । ଗ୍ରାମକୁ ଯିବା ରାସ୍ତାରେ ଏକ ନାଳ ପଡୁଥିବାରୁ ଏଠାରେ ଏକ ପୋଲ ନିର୍ମାଣ ପାଇଁ ଗ୍ରାମବାସୀ ଦୀର୍ଘ ଦିନରୁ ଦାବି କରିଆସୁଛନ୍ତି । ପୋଲ ନିର୍ମାଣ ହେଉନଥିବାରୁ ବର୍ଷା ଦିନେ ଗ୍ରାମବାସୀ ବହୁ ହଇରାଣ ହେବା ସହ ବାହ୍ୟଜଗତରୁ ବିଛିନ୍ନ ହୋଇ ଦିନ ଦିନ ଧରି ଭୋକ ଉପବାସରେ ରହୁଥିବା ଅଭିଯୋଗ କରିଛନ୍ତି । ଏଥିସହିତ ଆବଶ୍ୟକ ସମୟରେ ଚିକିତ୍ସା ସେବା ମଧ୍ୟ ସେମାନଙ୍କୁ ମିଳିପାରୁନାହିଁ । ସରକାର ସବୁ ଗ୍ରାମକୁ ପାଣି ଯୋଗାଇବାକୁ ଘୋଷଣା କରିଥିବାବେଳେ, ଗ୍ରାମରେ ପାନୀୟଜଳର ସୁବିଧା ନଥିବାରୁ ନାଳ ପାଣି ପିଇ ଜୀବନ ବଞ୍ଚାଇବା ସହିତ ଖରାଦିନେ ପିଇବା ପାଣି ପାଇଁ ବହୁ ହଇରାଣ ହେଉଛନ୍ତି । ଏନେଇ ଗ୍ରାମବାସୀମାନେ ଗତବୁଧବାର ଦିନ ଜିଲାପାଳଙ୍କୁ ସାକ୍ଷାତ କରି ଗ୍ରାମର ସମସ୍ୟାଗୁଡିକ ଦୁର କରାନଗଲେ ଭୋଟ ବର୍ଜନ କରିବାକୁ ବାଧ୍ୟ ହେବୁ ବୋଲି ଲିଖିତ ଭାବରେ ଜଣାଇଛନ୍ତି । ଗୁରୁବାର ଦିନ ପଞ୍ଚାୟତର ୧୩ ନମ୍ବର ୱାର୍ଡ ଅର୍ନ୍ତଭୁକ୍ତ ଦମଣ୍ଡା, ସାଲଦରଙ୍ଗା, ଲକଡପାଜୁ, ନୁଆସାହି ଓ କୁମନାଲି ସମେତ ଅଞ୍ଚଳର ଦୁର୍ଗମ ଗ୍ରାମ ଗରୁଜୀମୁଣ୍ଡା, ଶାସନମୁଣ୍ଡା, ଲିମଖୋଲି ଆଦିର ବାସୀନ୍ଦାମାନେ ଗୁରୁଜୀମୁଣ୍ଡା କେନ୍ଦୁପତ୍ର ଫଡି ନିକଟରେ ଏକ ବୈଠକ କରି ଗାଁର ବିକାଶ ନାହିଁ ତ ଭୋଟ ଦେବୁ ନାହିଁ ବୋଲି ନିଷ୍ପତି ଗ୍ରହଣ କରିଥିବା ଜଣାଯାଇଛି । ନିର୍ବାଚନ ସମୟରେ ହେଲେ ସରକାର ଓ ସ୍ଥାନୀୟ ନେତା ସେମାନଙ୍କ ସବୁଦିନିଆଁ ସମସ୍ୟା ସଂପର୍କରେ ଅବଗତ ହୁଅନ୍ତୁ ଏବଂ ତାହାର ତୁରନ୍ତ ସମାଧାନ କରନ୍ତୁ ବୋଲି ଗ୍ରାମବାସୀ ଏହି ନିଷ୍ପତି ନେଇଥିବା ପ୍ରକାଶ କରିଛନ୍ତି । ନିଜର ଗଣତାନ୍ତ୍ରିକ ଅଧିକାରକୁ ବାଜି ଲଗାଇ ଜୀବନ ବଞ୍ଚିବାର ମୌଳିକ ଅଧିକାର ଦାବି କରୁଥିବା ଏହି ଦୁର୍ଗମ ଅଞ୍ଚଳବାସୀଙ୍କ ଦାବି ପୂରଣ ହୋଇପାରୁଛି କି ପୁଣି ପରବର୍ତ୍ତି ନିର୍ବାଚନକୁ ସେମାନଙ୍କୁ ଅପେକ୍ଷା କରିବାକୁ ପଡୁଛି ତାହା ଏବେ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି ।

Leave a Reply

Your email address will not be published. Required fields are marked *