ଶାନ୍ତି ଶୃଙ୍ଖଳାର ସହିତ ନିର୍ବାଚନ ପରିଚାଳନା ନିମନ୍ତେ ବଣାଇ ପୋଲିସର ପ୍ରସ୍ତୁତି

ବଣାଇ : ବଣାଇ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନକୁ ଆଖି ଆଗରେ ରଖି ବଣାଇ ନିର୍ବାଚନ ମଣ୍ଡଳୀରେ ଆଜି ବଣାଇ ପୋଲିସ ପକ୍ଷରୁ ବିଭିନ୍ନ ସ୍ଥାନରେ ଫ୍ଲାଗ ମାର୍ଚ୍ଚ କରାଯାଇଥିବା ଦେଖିବାକୁ ମିଳିଛି । ଏଥିରେ ବଣାଇ ଥାନାର ସମସ୍ତ ପୋଲିସ ଅଧିକାରୀଙ୍କ ସମେତ ଓଡ଼ିଶା ଶଶସ୍ତ୍ର ପୋଲିସ ବଳର ଯବାନମାନେ ସାମିଲ ହୋଇ ଜନସାଧାରଣଙ୍କୁ ନିର୍ଭିକତାର ସହ ନିରପେକ୍ଷ ଭାବେ ମତଦାନ କରିବା ନିମନ୍ତେ ସଚେତନତା ସୃଷ୍ଟି କରିଛନ୍ତି । ତା’ ସହିତ ନିର୍ବାଚନରେ କୈାଣସି ପ୍ରକାର ଅପ୍ରୀତିକର ପରିସ୍ଥିତିକୁ ମୁକାବିଲା କରିବା ନିମନ୍ତେ ସେମାନେ ପ୍ରସ୍ତୁତ ଥିବା ଵଣାଇ ପୋଲିସ ପକ୍ଷରୁ ପ୍ରକାଶ କରାଯାଇଛି । ଏହି ଫ୍ଲାଗ ମାର୍ଚ୍ଚ ବଣାଇ ଥାନା ଅଧିକାରୀ ରଞ୍ଜନ କୁମାର ନାଏକଙ୍କ ନେତୃତ୍ବରେ ଵଣାଇ ସହର ସମେତ ନରେନ୍ଦ୍ର, ଗୋବିନ୍ଦପୁର, ବଡଗୋଗୁଆ, ଜକୈକଳା ଇତ୍ୟାଦି ୫ଟି ପଞ୍ଚାୟତରେ ଏହି ରାଲି କରିଥିବାବେଳେ, ବଣାଇ ଅତିରିକ୍ତ ଏସପି ସୟଦ ମୁଜିଵୁର ରେହେମାନ ମଧ୍ୟ ଏଥିରେ ସାମିଲ ହୋଇଥିବା ଦେଖିବାକୁ ମିଳିଛି ।

Leave a Reply

Your email address will not be published. Required fields are marked *