ଗୋରୁ ଚମଡା ବୋଝେଇ ଟ୍ରକ୍ ଜବତ

ଭୁବନେଶ୍ବର : ଭୁବନେଶ୍ବର ତମାଣ୍ଡୋ ଥାନା ଅଂଚଳରୁ ଗୋରୁ ଚମଡା ବୋଝେଇ ଟ୍ରକ୍ ଜବତ । ସ୍ଥାନୀୟ ଲୋକେ ଟ୍ରକ୍ ଟିକୁ ଜବତ କରି ପୋଲିସର ଜିମା ଦେଇଛନ୍ତି । ଟ୍ରକ୍‌ଟି ହାଇଦ୍ରାବାଦରୁ କଲିକତା ଯାଉଥିବା ବେଳେ ତମାଣ୍ଡୋ ଜାତୀୟ ରାଜପଥ ନିକଟରେ କିଛି ଲୋକ ଏହି ଗାଡି ଦେଖି ଅଟକାଇଥିଲେ । ପରେ ଏଥିରେ ପାଖାପାଖି ୨୫ ଟନ୍‌ର ଗୋରୁ ଚମଡା ବୋଝେଇ ହୋଇ ଯାଉଥିବା ଜଣାପଡିଥିଲା । ପୋଲିସ ଘଟଣା ସ୍ଥଳରୁ ୨ ଜଣ ଗାଡି ଚାଳକଙ୍କୁ ଅଟକ ରଖି ପଚରାଉଚରା କରୁଛି । ଘଟଣାସ୍ଥଳରେ ସ୍ଥାନୀୟ ଲୋକଙ୍କ ଉତ୍ତେଜନା ଦେଖିବାକୁ ମିଳିଛି ।

Leave a Reply

Your email address will not be published. Required fields are marked *