ଭୁବନେଶ୍ୱର:
ବୁଧବାର ପୂର୍ବ ନିର୍ଦ୍ଧାରିତ ସମୟ ଅନୁଯାୟୀ ରାଜ୍ୟ ଅସ୍ଥାୟୀ ଜଳ ସମ୍ପଦ କର୍ମଚାରୀ ସଂଘ ପକ୍ଷରୁ ବିକ୍ଷୋଭ ଓ ପ୍ରତିବାଦ ସଭା ଆୟୋଜିତ ହୋଇଯାଇଛି।
ବିଭାଗରେ କାର୍ଯ୍ୟରତ 386 ଜଣ କର୍ମଚାରୀ ସ୍ଥାୟୀ ନିଯୁକ୍ତି ଦାବି ରେ ରାଜରାସ୍ତାକୁ ଓଲ୍ହାଇଛନ୍ତି।
ଏନେଇ ଏକ ସଭାଯାତ୍ରା ମାଷ୍ଟରକ୍ୟାଣ୍ଟିନରୁ ବାହାରି ଧାରଣାସ୍ଥଳରେ ପହଂଚି ଥିଲା।
ସଂଘ ସଭାପତି ଲିଙ୍ଗରାଜ ମହାନ୍ତିଙ୍କ ସଭାପତିତ୍ୱ ରେ ଏହି ଆନ୍ଦୋଳନ ଓ ପ୍ରତିବାଦ ସଭା ଚାଲିଥିବା ବେଳେ ଏଥିରେ ସଙ୍ଘର ବହୁ କର୍ମକର୍ତା ଯୋଗ ଦେଇଛନ୍ତି।
