ବୃଦ୍ଧି ପାଇବାରେ ଲାଗିଛି ନିର୍ବାଚନି ହିଂସା

ବୌଦ୍ଧ : ବୌଦ୍ଧ ଜିଲ୍ଲାରେ ତ୍ରିସ୍ତରୀୟ ପଂଚାୟତ ନିର୍ବାଚନ ତାରିଖ ଯେତିକି ପାଖେଇ ଆସୁଛି ବିଭିନ୍ନ ସ୍ଥାନରେ ନିର୍ବାଚନି ହିଂସା ବୃଦ୍ଧି ପାଇବାରେ ଲାଗିଛି । ବୁଧବାର ଅପରାହ୍ନରେ ବୌଦ୍ଧ ଥାନା ଅନ୍ତର୍ଗତ ହରଭଙ୍ଗା ବ୍ଲକର ତାକୁଡ ଗ୍ରାମରେ ଏକ ନିର୍ବାଚନୀ ହିଂସା ଦେଖିବାକୁ ମିଳିଛି । ମିଳିଥିବା ସୂଚନା ଅନୁଯାୟୀ ଗତକାଲି ଅପରାହ୍ନରେ ତାକୁଡ ଗ୍ରାମର ସୁରେଶ ଦେହୁରୀ(୪୭)ଙ୍କୁ ଗ୍ରାମର ଦୁଇଜଣ ଯୁବକ ଆସି ଏକ ନିର୍ଦ୍ଦିଷ୍ଟ ପ୍ରାର୍ଥୀଙ୍କୁ ଭୋଟ ଦେବାପାଇଁ ବାଧ୍ୟ କରାଇଥିଲେ । ଏହାକୁ ନେଇ ସେମାନଙ୍କ ମଧ୍ୟରେ କଥା କଟାକଟି ହୋଇଥିଲା । ଫଳରେ ଉକ୍ତ ଦୁଇଜଣ ଯୁବକ ସୁରେଶକୁ ପଥରରେ ଆକ୍ରମଣ କରିଥିଲେ । ସୁରେଶର ମୁଣ୍ଡ ଓ ମୁହଁରେ ଗଭୀର ଆଘାତ ଲାଗିଥିବା ଜଣାପଡିଛି । ସୁରେଶକୁ ଗୁରୁତର ଅବସ୍ଥାରେ ପୁରୁଣା କଟକ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ଏହି ଘଟଣାକୁ ନେଇ ଅଂଚଳରେ ଉତେଜନାଦେଖାଦେଇଛି । ଘଟଣାକୁ ନେଇ ଗ୍ରାମରେ ବୈଠକ ବସିକୁ ଥିବାବେଳେ ଖବର ଲେଖାଯିବା ପର୍ଯ୍ୟନ୍ତ ଥାନାରେ ଅଭିଯୋଗ ହୋଇନଥିବା ଜଣାପଡିଛି ।

Leave a Reply

Your email address will not be published. Required fields are marked *