ବେଗୁନିଆ : ବେଗୁନିଆ ଗ୍ରାମ୍ୟ ଉନ୍ନୟନ ବିଭାଗ ଦ୍ଵାରା ନିର୍ମାଣ କରାଯାଇଥିବା ମଲ୍ଲୀପଦର – ଗୋବିନ୍ଦପୁର ରାସ୍ତା କାର୍ଯ୍ୟ ଠିକାଦାର ଏବଂ ଯନ୍ତ୍ରୀଙ୍କ ସଲାସୁତୁରାରେ ଅତି ନିମ୍ନମାନର କରାଯାଇ ଅର୍ଥ ତୋଷରପାତ କରାଯାଇଥିବାର ଗ୍ରାମବାସୀମାନେ ୫ଟି ସଚିବଙ୍କ ସହିତ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷଙ୍କ ନିକଟରେ ଅଭିଯୋଗ କରିଛନ୍ତି । ଉକ୍ତ ରାସ୍ତାଟି ପିଚୁ ରାସ୍ତା ଥିବାବେଳେ ଏବେ ୧୮ ଲକ୍ଷ ଟଙ୍କା ଅନୁଦାନରେ ରାସ୍ତା ଉପରେ ନାମକୁ ମାତ୍ର ପିଚୁ ଏବଂ ବଜୁରୀ ଦେଇ ରାସ୍ତାର ଦୁଇ ପାର୍ଶ୍ଵ ଖାଲ କରି ପିଚୁ ଏବଂ ବଜୁରୀ ଦେଇ ସମସ୍ତ ଅର୍ଥ ବାଟମାରଣା କରିବା ପାଇଁ ଯୋଜନା ଚାଲିଛି । ଏହି ରାସ୍ତା ଉପରେ ଦୈନିକ ହଜାର ହଜାର ଲୋକ ଯାତାୟାତ କରୁଥିବାବେଳେ ବହୁ ଗାଡି ମଟର ଯାଆସ କରିଥାଏ । ରାସ୍ତା କାର୍ଯ୍ୟ କରିବାର ୫ ଦିନ ନ ହେଉଣୁ କାର୍ଯ୍ୟ ଠିକ ଭାବରେ ହୋଇନଥିବାରୁ ରାସ୍ତାରୁ ଗୋଡି ଉଠି ରାସ୍ତାସାରା ଗଡୁଛି । ଫଳରେ ଜନସାଧାରଣ ଯାତାୟାତ କ୍ଷେତ୍ରରେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏ ସଂକ୍ରାନ୍ତରେ ବିଭାଗୀୟ ନିର୍ବାହୀ ଯନ୍ତ୍ରୀଙ୍କୁ ଗ୍ରାମବାସୀ ଜଣାଇବା ପରେ ସେ ସବୁ ଜାଣି କିଛି ନଜାଣିଲା ପରି ନୀରବ ରହିଛନ୍ତି । ଫଳରେ ଗ୍ରାମବାସୀମାନେ ୫ଟି ସଚିବଙ୍କ ସହିତ ଗ୍ରାମ୍ୟ ଉନ୍ନୟନ ବିଭାଗ ସଚିବ, ମୁଖ୍ୟଯନ୍ତ୍ରୀ, ନିର୍ବାହୀଯନ୍ତ୍ରୀ, ଡିଏସପି ଭିଜିଲାନ୍ସ, ଖୋର୍ଦ୍ଧା, ଗ୍ରାମ୍ୟ ଉନ୍ନୟନ ବିଭାଗ ଏସଡି ଓ ଖୋର୍ଦ୍ଧା ଏବଂ ସହକାରୀ ଯନ୍ତ୍ରୀ ବେଗୁନିଆଙ୍କୁ କାର୍ଯ୍ୟାନୁଷ୍ଠାନ ନିମନ୍ତେ ଜଣାଇଛନ୍ତି ।
