ସାଙ୍ଗ ଟଙ୍କା ନ ସୁଝିବାରୁ ସାଙ୍ଗର ସାଙ୍ଗକୁ ଅପହରଣ

ଭୁବନେଶ୍ୱର : ରାଜାଧାନୀରେ ପୁଣି ଅପହରଣ । ସାଙ୍ଗ ଟଙ୍କା ନ ସୁଝିବାରୁ ସାଙ୍ଗର ସାଙ୍ଗକୁ ଅପହରଣ । ଏମିତି ଏକ ଘଟଣା ଦେଖିବାକୁ ମିଳିଛି ଚନ୍ଦ୍ରଶେଖରପୁର ଥାନା ଅଞ୍ଚଳରେ ।  ମାତ୍ର ୬ ହଜାର ଟଙ୍କା ପାଇଁ ଜଣେ ଛାତ୍ରଙ୍କୁ ରାସ୍ତା ଉପରୁ ଉଠାଇ ନେଇ ମାଡ ମାରିଥିବା ଅଭିଯୋଗ ହୋଇଛି । କୌଶଳ କ୍ରମେ ଛାତ୍ର ଜଣକ ଅପହରଣକାରୀଙ୍କ କବଳରୁ ଖସିଆସି ଥାନାରେ ଅଭିଯୋଗ କରିଛି । ଘଟଣାରେ ୪ ଜଣ ସମ୍ପୃକ୍ତି ଥିବା ଜଣାପଡ଼ିଛି । କମିଶନରେଟ ପୋଲିସ ଆରମ୍ଭ କରିଛି ତଦନ୍ତ ।

ଅପହୃତ ଛାତ୍ର ଜଣଙ୍କ ପଟିଆ କଲେଜରେ ପାଠ ପଢୁଛନ୍ତି । ତାଙ୍କ କହିବାନୁଯାୟୀ, ସେ କଲେଜରୁ ଫେରିଥୁବାବେଳେ ତାଙ୍କୁ କିଛି ଜଣ ଲିଫ୍ଟ ମାଗିଥିଲେ । ସେ ମାନବିକତା ଦୃଷ୍ଟିରୁ ଲିଫ୍ଟ ଦେବାବେଳେ ହଠାତ୍ ତାଙ୍କ ହାତ ଗୋଡ ବାନ୍ଧି ଦେଇଥିଲେ । ଆଖିରେ ପଟି ବାନ୍ଧି ତାଙ୍କୁ ଏକ ତିନି ମହଲା କୋଠାକୁ ନେଇଯାଇଥିଲେ । ସେଠାରେ ତାଙ୍କୁ ନିର୍ଦ୍ଧୁମ ମାଡ ମାରିଥିଲେ । ଆଉ କହିଥିଲେ ତୁ ସୁରିଆ ସହ ସାଙ୍ଗ ହେଉଛୁ କି । ତାକୁ ଆଣିକି ଦେ ତା’ ପରେ ତୁ ଏଠାରୁ ବଞ୍ଚିକି ଯାଇପାରିବୁ । ସେ କୌଶଳ କ୍ରମେ ସେଠାରୁ ଖସି ଆସିଥିଲେ । ଆଉ ତାଙ୍କୁ ଅପହରଣ କରି ନେଇଥିବା ପିଲାମାନଙ୍କୁ ସେ ଚିହ୍ନିଛନ୍ତି । ଆଉ ସେମାନେ ହେଉଛନ୍ତି ସାଲୁ, ବିକାଶ, ରୋହିତ, ଦିପକ ବୋଲି ସେ କହିଛନ୍ତି ।

Leave a Reply

Your email address will not be published. Required fields are marked *