କଟକ : ମୋବାଇଲ ଟାୱାର ଉପରେ ଚଢି ଆତ୍ମହତ୍ୟା ଧମକ ଦେଲେ ଯୁବକ । କଟକ ବାଙ୍କୀ ଡମପଡା ମଦନମୋହନ ଛକ ନିକଟରେ ଥିବା ଏକ ୪୦ ଫୁଟ୍ ର ମୋବାଇଲ ଟାୱାର ଉପରେ ଯୁବକ ଜଣଙ୍କ ଚଢିଯାଇଥିଲେ । ତେବେ ସେ କଣ ପାଇଁ ଆତ୍ମହତ୍ୟା ଉଦ୍ୟମ ନିଷ୍ପତ୍ତି ନେଇଛନ୍ତି ତାହାର କାରଣ ଜଣାପଡିନଥିବାବେଳେ ପୋଲିସ ଓ ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛି ।
