ଭୁବନେଶ୍ୱର : ଥମୁନି ଅପରାଧ । ଏଟିଏମ୍ ଲୁଟ୍ ଉଦ୍ୟମ ପଣ୍ଡ । ଭୁବନେଶ୍ୱର ଉପକଣ୍ଠ ବାଳକାଟି ବଜାର ଅଟୋଷ୍ଟାଣ୍ଡ ନିକଟରେ ଘଟିଛି ଏପରି ଘଟଣା । ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି । ଖବର ଅନୁଯାୟୀ, ରାଜଧାନୀ ଉପକଣ୍ଠ ବାଳକାଟି ବଜାର ଅଟୋଷ୍ଟାଣ୍ଡ ନିକଟରେ ଥିବା ଷ୍ଟେଟ ବ୍ୟାଙ୍କ ଏଟିଏମରୁ ଲୁଟ୍ ଉଦ୍ୟମ ବିଫଳ । ବିଳମ୍ବିତ ରାତିରେ ବାଇକ୍ ଦୁର୍ବୁତ୍ତ ଆସି ଏଟିଏମ୍ ଲୁଟ୍ ପାଇଁ ଉଦ୍ୟମ କରିଥିଲା । ପରେ ଟଙ୍କା ବାକ୍ସକୁ ଭାଙ୍ଗିବା ଉଦ୍ୟମରେ ବିଫଳ ହେବାରୁ ଚମ୍ପଟ ମାରିଥିଲା । କିନ୍ତୁ ପଥର ସାହାଯ୍ୟରେ ଏଟିଏମ୍ ମେସିନ୍ର ଡିସପ୍ଲେକୁ ଭାଙ୍ଗିଥିଲେ । ସମସ୍ତ ଘଟଣା ସିସିଟିଭିରେ କଏଦ ହୋଇଛି ।
