ଗଞ୍ଜାମ ଜିଲ୍ଲା ପୋଲିସକୁ ମିଳିଛି ବଡ଼ ସଫଳତା

: ଗଞ୍ଜାମ ଜିଲ୍ଲା ପୋଲିସକୁ ମିଳିଛି ବଡ଼ ସଫଳତା । ଲୁଟେରା ମାନେ ବନ୍ଧୁକ ମୁନରେ ଏକ ବିଦେଶୀ ମଦ ବୋଝେଇ ଟ୍ରକ ଲୁଟି ନେଇଥିଲେ । ଏହି ଘଟଣାରେ ପୋଲିସ ତଦନ୍ତ କରି ୯ ଜଣଙ୍କୁ ଗିରଫ କରିବା ସହ ଲୁଟ ମଦ ପ୍ୟାକେଟ୍ , ଲୁଟରେ ବ୍ୟବହାର ଇନୋଭା କାର, ଦୁଇଟି ଟ୍ରକ, ୧୦ଟି ବୋବାଇଲ, ଗୁଳି ଓ ବନ୍ଧୁକ ଜବତ କରିଛି । ଚଳିତ ମାସ ୪ ତାରିଖରେ ଗୋପାଳପୁରସ୍ଥିତ ୟୁନାଇଟେଡ୍ ସ୍କିରିଟ୍ ରୁ ଏକ ଟ୍ରକରେ ୯୫୦ କାର୍ଟୁନ୍ ମଦ ବୋଝେଇ ହୋଇ ନିର୍ଗୁଣ୍ଡିସ୍ଥିତ ମଦ ଡିପୋକୁ ଯାଉଥିବା ବେଳେ ବିଳମ୍ବିତ ରାତିରେ ଖଲ୍ଲିକୋଟ ଥାନା ଅନ୍ତର୍ଗତ ବଡ଼ ଘାଟୀ ନିକଟରେ ଏକ ଇନୋଭା ଗାଡିରେ ଦୁର୍ବୃତ୍ତ ମାନେ ଆସି ଡ୍ରାଇଭର ଓ ହେଲପରଙ୍କୁ ବନ୍ଧୁକ ଦେଖାଇ ଭୟଭିତ କରିଥିଲେ ।
ପରେ ଡ୍ରାଇଭର ଓ ହେଲପରକୁ ଛାଡି ଦେଇ ଟ୍ରକଟିକୁ ଅନ୍ୟତ୍ର ନେଇ ଯାଇଥିଲେ ଲୁଟେରା ମାନେ । ଏନେଇ ବ୍ରହ୍ମପୁରର ୱେଲକମ୍ ଏଣ୍ଟରପ୍ରାଇଜେସ ନାମକ ସଂସ୍ଥାର ମାଲିକ ନିଜ ଟ୍ରକ ଚୋରୀ ହୋଇଥିବା ନେଇ ଖଲ୍ଲିକୋଟ ଥାନାରେ ଏତଲା ଦେଇଥିଲେ । ପରେ ଏହି ଘଟଣାକୁ ଗଞ୍ଜାମ ଏସପି ବ୍ରିଜେଶ ରାଏ ଗୁରୁତ୍ତର ସହ ନେଇ ଏକ ସ୍ୱତନ୍ତ୍ର ଟିମ୍ ଗଠନ କରିଥିଲେ ।

Leave a Reply

Your email address will not be published. Required fields are marked *