ଭିଜିଲାନ୍ସ ଜାଲରେ ନରସିଂହପୁର ଥାନା ଅଧିକାରୀ, ୨୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରାପଡିଲେ ଥାନା ବାବୁ

ଆଠଗଡ଼ : ଭିଜିଲାନ୍ସ ଜାଲରେ ନରସିଂହପୁର ଥାନା ଅଧିକାରୀ । ୨୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରାପଡିଲେ ନରସିଂହପୁର ଥାନା ଅଧିକାରୀ ଅଲେଖ ଗରଡିଆ । ବାସଭବନ ସମେତ ବିଭିନ୍ନ ସ୍ଥାନରେ ଭିଜିଲାନ୍ସ ପକ୍ଷରୁ ଚଢାଉ । ଖବର ଅନୁଯାୟୀ, ଏକ ମାମଲାର ଫୈସଲା କରିବା ପାଇଁ ୨୦ ହଜାର ଟଙ୍କା ଲାଞ୍ଚ ନେଉଥିଲେ ନରସିଂହପୁର ଥାନା ଅଧିକାରୀ ଅଲେଖ ଗରଡିଆ । ଠିକ୍‌ ଏହି ସମୟରେ ମାଡି ବସିଥିଲା ଭିଜିଲାନ୍ସ । ଥାନା ଅଧିକାରୀଙ୍କ ସରକାରୀ ବାସଭବନରେ ଭିଜିଲାନ୍ସର ଖୋଳତାଡ଼ ଚାଲିଛି । ଜଣେ ଡ଼ି ଏସ୍ ପି, ୪ ଜଣ ଇନ୍ସପେକ୍ଟରଙ୍କ ସହିତ ୮ ଜଣିଆ ଟିମ୍ ଏହି ଚଢାଉରେ ସାମିଲ ହୋଇଛନ୍ତି ।

Leave a Reply

Your email address will not be published. Required fields are marked *