ରାଜଧାନୀରେ ଯୁବତୀଙ୍କ ସାହସିକତା, ମୋବାଇଲ ଚୋରକୁ ଗୋଡେଇ ଗୋଡେଇ ଧରିଲେ

ଭୁବନେଶ୍ୱର : ରାଜଧାନୀରେ ଯୁବତୀଙ୍କ ସାହସିକତା । ଇମ୍ଫୋସିଟି ଥାନା ଅଧୀନରେ ଜଣେ ମୋବାଇଲ ଚୋରକୁ ଗୋଡେଇ ଗୋଡେଇ ଧରିଲେ ଯୁବତୀ । ସାଙ୍ଗରେ ଥିବା ଅନ୍ୟ ଜଣେ ମୋବାଇଲ ଲୁଟେରାକୁ  ସ୍ଥାନୀୟ ଦୋକାନୀମାନେ ଧରି ପୋଲିସର ଜିମା ଦେଇଛନ୍ତି । ଇମ୍ଫୋସିଟି ଥାନା ପୋଲିସ ଦୁଇ ମୋବାଇଲ ଲୁଟେରାଙ୍କୁ ପଚରା ଉଚୁରା ଜାରିରଖିଛି । ଖବର ଅନୁଯାୟୀ, ଇନ୍‌ଫୋସିଟି ଥାନା ଅଞ୍ଚଳରେ ଜଣେ ଯୁବତୀଙ୍କ ଠାରୁ ଲୁଟେରା ମୋବାଇଲ୍‌ ଲୁଟିବା ପାଇଁ ଉଦ୍ୟମ କରୁଥିଲେ । ଠିକ୍ ଏହି ସମୟରେ ଯୁବତୀ ଜଣଙ୍କ ସାହସ କରି ମୋବାଇଲ୍‌ ଚୋରଙ୍କୁ ଗୋଡେଇ ଗୋଡେଇ ଧରିଥିଲେ । ଏହା ସହିତ ସାଙ୍ଗରେ ଥିବା ଅନ୍ୟ ଜଣେ ମୋବାଇଲ ଲୁଟେରାଙ୍କୁ ମଧ୍ୟ ସ୍ଥାନୀୟ ଲୋକେ କାବୁ କରି ପୋଲିସ ଜିମା ଦେଇଥିଲେ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଲୁଟେରାମାନେ ଆସିଥିବା ବାଇକଟିକୁ ଜବତ କରିଛି ପୋଲିସ ।

Leave a Reply

Your email address will not be published. Required fields are marked *