ସ୍ତାୟି ବିଶ୍ରାମ ଗୃହ ଓ ପାର୍ଷଲ କାମ ଯୋଗାଇ ଦେବା ଦାବିରେ ଇଷ୍ଟ କୋଷ୍ଟ ରେଲୱେ ପୋର୍ଟସ ୟୁନିୟନ ପକ୍ଷ ରୁ ରାଲି କରାଯାଇଛି।ରେଲୱେ ପୋଟର୍ସ ୟୁନିଅନ ପକ୍ଷରୁ ବିଭିନ୍ନ ଦାବି ନେଇ ପୂର୍ବତଟ ରେଳବାଇ ମୁଖ୍ୟ ଦପ୍ତର ସମ୍ମୁଖରେ ବିକ୍ଷୋଭ ଏଆଇଟିୟୁସି ସହବନ୍ଧିତ ଇଷ୍ଟକୋଷ୍ଟ ରେଲୱେ ପୋଟର୍ସ ୟୁନିଅନ ପକ୍ଷରୁ ବିଭିନ୍ନ ଦାବି ନେଇ ପୂର୍ବତଟ ରେଳବାଇ ମୁଖ୍ୟ ଦପ୍ତର ସମ୍ମୁଖରେ ବିକ୍ଷୋଭ କରାଯାଇଛି। ମ୍ୟାନେଜରଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି। ଶତାଧିକ ପୋଟର ପାରମ୍ପାରିକ ଲାଲ ଶାର୍ଟ ପିନ୍ଧି ନାଲକୋ ଛକରୁ ଏକ ଶୋଭାଯାତ୍ରାରେ ବାହାରି ମ୍ୟାନେଜେରଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ସଂଗଠନ ସଭାପତି ସୌରୀବନ୍ଧୁ କରଙ୍କ ନେତୃତ୍ୱରେ ଏହି ବିକ୍ଷୋଭ କରାଯାଇଛି।
