ମନ୍ଦିରର ଗ୍ରୀଲ ଓ ତାଲା ଭାଙ୍ଗି ଲୁଟ୍

ଭଦ୍ରକ : ମନ୍ଦିରର ଗ୍ରୀଲ ଓ ତାଲା ଭାଙ୍ଗି ଲୁଟ୍ । ଥାନା ଠାରୁ ମାତ୍ର ୫୦୦ ମିଟର ଦୂରରେ ଥିବା ଏହି ମନ୍ଦିରରୁ ଲୁଟ ହୋଇଛି । ପୋଲିସ ଘଟଣାର ଛାନ୍‌ଭିନ୍‌ ଆରମ୍ଭ କରିଛି । ଖବର ଅନୁଯାୟୀ, ସହରର ପୋଷ୍ଟ ଅଫିସ ଛକ ନିକଟରେ ଥିବା ନୀଳଲୋହିତ ମନ୍ଦିରରେ ଲୁଟ୍ ହୋଇଛି । ଅଜଣା ଲୁଟେରା ମନ୍ଦିରର ଗ୍ରୀଲ ଓ ଚାବି ଭାଙ୍ଗି ଲୁଟ କରିଛନ୍ତି । ମନ୍ଦିରରେ ଥିବା ଠାକୁରଙ୍କ ପିତ୍ତଳ ପୂଜା ସାମଗ୍ରୀ ଓ ଆସବାବପତ୍ର ଚୋରି ହୋଇଛି । ସକାଳ ସମୟରେ ମନ୍ଦିରର କମିଟି ସଦସ୍ୟ ଆସିବା ପରେ ଗ୍ରୀଲ ଭଙ୍ଗାଯାଇଥିବା ଦେଖିଥିଲେ । ଏହାପରେ ମନ୍ଦିରରୁ ଚୋରି ହୋଇଥିବା ଜାଣିବା ପରେ ଭଦ୍ରକ ଟାଉନ ଥାନାକୁ ଅବଗତ କରାଯାଇଥିଲା । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ସ୍ଥାନୀୟ ଅଞ୍ଚଳରେ ଲାଗିଥିବା ସିସିଟିଭିକୁ ଯାଞ୍ଚ ପାଇଁ ଦାବି ହୋଇଛି ।

Leave a Reply

Your email address will not be published. Required fields are marked *