ଭୁବନେଶ୍ବର, ପି
ଭୁବନେଶ୍ୱର:ନନ୍ଦନକାନନ ଜୟଦେବ ବିହାର ରାସ୍ତାରେ ମଙ୍ଗଳବାର ସନ୍ଧ୍ୟାରେ ଏକ ବଡ଼ ଦୁର୍ଘଟଣା ଘଟୁଘଟୁ ରହିଯାଇଛି ସନ୍ଧ୍ୟାରେ ଏକ କାରର ଇଞ୍ଜିନରେ ହଠାତ ନିଆଁ ଲାଗି ହୁତୁହୁତ ହୋଇ ଜଳିଯାଇଥÒବାର ଦୃଶ୍ୟ ଦେଖÒବାକୁ ମିଳିଛି ନିଜର ଉପସ୍ଥତ ବୁଦ୍ଧି ଖଟାଇ କାରରେ ଥÒବା ଯାତ୍ରୀ ଓ ଡ଼୍ରାଇଭର ତାଙ୍କ ଜୀବନ ବଞ୍ଚାଇବା ସହିତ ନିଆଁ ଲାଗିବା କ୍ଷଣି ସେମାନେ କାରଟିରୁ ବାହରକୁ ଡ଼େଇଁ ପଡ଼ି ଲୋକଙ୍କୁ ଯାତାୟାତ କରିବା ଲାଗି ଅଟକାଇଥÒବାରୁ ନିଶ୍ଚିତ ଭାବେ ଲୋକମାନେ ଏକ ବଡ଼ ଦୁର୍ଘଟଣାରୁ ବର୍ତ୍ତିଯାଇଛନ୍ତି
ଉଲ୍ଲେଖ ଥାଉ କି, ରାଜଧାନୀର ଜନଗହଳି ରାସ୍ତା କୁହାଯାଉଥÒବା ଜୟଦେବ ବିହାର-କିଟ୍-ନନ୍ଦନକାନରେ ସନ୍ଧ୍ୟା ପ୍ରାୟ ୭ଟାରେ ଏକ ହୋଣ୍ଡା ସିଟି କାରରେ ନିଆଁ ଲାଗି ଥÒଲା କୌଣସି ଯାନ୍ତ୍ରିକ ତ୍ରୁଟି କାରଣରୁ ହଠାତ ଏଥିରେ ନିଆଁ ଲାଗି ଯାଇଥିଲା ନାଲକୋଛକରୁ ଜୟଦେବ ବିହାର ଆଡ଼କୁ ଆସୁଥÒବା ବେଳେ ରାସ୍ତା ପାର୍ଶ୍ବରେ ଥÒବା ଜିଞ୍ଜର ହୋଟେଲ ସାମ୍ନାରେ ଏହି ଘଟଣା ଘଟିଥÒଲା କାରରେ ନିଆଁ ଲାଗିଯାଇଥିବା ଦେଖି ଘଟଣାସ୍ଥଳରେ ଲୋକଙ୍କ ଗହଳି ଦେଖିବାକୁ ମିଳିଥିଲା ଗାଡ଼ି ଚାଳକଙ୍କ ସହିତ କାର ଭିତରେ ଥÒବା ଅନ୍ୟ ଯାତ୍ରୀମାନଙ୍କର ବି କିଛି କ୍ଷତି ହୋଇନାହିଁ ଖବର ପାଇ ଅଗ୍ନିଶମ ବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚିଥÒଲା ଦୁର୍ଘଟଣା ଘଟିବାର ପ୍ରାୟ ଅଧ ଘଣ୍ଟା ପରେ ଅଗ୍ନିଶମ ବିଭାଗ ପହଞ୍ଚିଥÒବାରୁ କାରଟି ସମ୍ପୂର୍ଣ୍ଣ ଜଳିଯାଇଥÒଲା
ରାସ୍ତା ମଝିରେ କାରଟି ହୁ ହୁ ହୋଇ ଜଳୁଥିବାରୁ ଦୀର୍ଘ ସମୟ ଧରି ରାସ୍ତା ଜାମ ହୋଇଥିଲା ରାସ୍ତାର ଦୁଇ ପାଶ୍ୱର୍ରେ ଶହ ଶହ ଗାଡି ଛିଡା ହୋଇ ରହିଥିଲା ଫଳରେ କିଛି ସମୟ ପାଇଁ ଟ୍ରାଫିକ ସମସ୍ୟା ଦେଖିବାକୁ ମିଳିଥିଲା ତେବେ ପରେ ଅଗ୍ନିଶମ ବିଭାଗର କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି କାରରୁ ନିଆଁ ଲିଭାଇବା ପରେ ସ୍ୱାଭାବିକ ଭାବେ ଗାଡି ଚଳାଚଳ କରିଥିଲା
