ରାସ୍ତାରେ ଲାଗିଛି ମାଓ ବ୍ୟାନର, ଭୋଟ ବର୍ଜନ ପାଇଁ ଆହ୍ୱାନ

ପଦ୍ମପୁର : ରାସ୍ତାରେ ଲାଗିଛି ମାଓ ବ୍ୟାନର । ଆଗାମୀ ଦିନରେ ହେବାକୁ ଥିବା ପଞ୍ଚାୟତ ନିର୍ବାଚନରେ ଭୋଟ ବର୍ଜନ ପାଇଁ ଆହ୍ୱାନ କରିଛନ୍ତି ମାଓବାଦୀ । ବିବିଏମ୍‌ ମାଓବାଦୀ ଡିଭିଜନ ପକ୍ଷରୁ ଏହି ପୋଷ୍ଟର ଲଗାଯାଇଛି । ଖବର ଅନୁଯାୟୀ, ବରଗଡ଼ ଜିଲ୍ଲା ପଦ୍ମପୁରରୁ ପାଇକମାଲ ରାସ୍ତା ମାଝିପାଲ ଛକରେ ଲାଗିଛି ଏହି ମାଓ ବ୍ୟାନର । ଆଗାମୀ ପଞ୍ଚାୟତ ନିର୍ବାଚନରେ ଭୋଟ ବର୍ଜନ କରିବାକୁ କୁହାଯାଇଛି । ବ୍ୟାନର ଲାଗିବା ପରେ ପୁରା ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟ ହୋଇଛି । ଏବେ ଯାଏଁ ପୋଲିସ ଘଟଣାସ୍ଥଳରେ ପହଞ୍ଚିନଥିବା ସୂଚନା ମିଳିଛି ।

Leave a Reply

Your email address will not be published. Required fields are marked *