ମାଓ ଅଧ୍ୟୁଷିତ ଅଞ୍ଚଳରେ ସିଆରପିଏଫ ୧୯ ବାଟାଲିୟନ ପକ୍ଷରୁ ଜନସମ୍ପର୍କ କାର୍ଯ୍ୟକ୍ରମ ଅନୁଷ୍ଠିତ

ବଣାଇ : ସୁନ୍ଦରଗଡ ଜିଲ୍ଲା ବଣାଇ ସବଡିଭିଜନ କେ, ବଲାଙ୍ଗ ଥାନା ଅନ୍ତର୍ଗତ ବିଭିନ୍ନ ମାଓ ଅଧ୍ୟୁଷିତ ଅଞ୍ଚଳରେ ଲୋକମାନଙ୍କ ବିଭିନ୍ନ ସମସ୍ୟା ଓ ପୋଲିସ ସହିତ ସେମାନଙ୍କ ସୁ ସମ୍ପର୍କ ରକ୍ଷାକରିବା ନିମନ୍ତେ ପ୍ରତ୍ୟେକ ବର୍ଷ ସିଆରପିଏଫ ପକ୍ଷରୁ ବିଭିନ୍ନ ପ୍ରକାର କାର୍ଯ୍ୟକ୍ରମ କରାଯାଉଥିବା ବେଳେ, ଆଜି ଜାମୁଡ଼ିହି ଠାରେ ମଧ୍ଯ ଏକ ଜନସମ୍ପର୍କ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟ ଅତିଥି ଭାବେ ସିଆରପିଏଫ କମାଣ୍ଡାଣ୍ଟ ରାଜେଶ କୁମାର ଯୋଗଦେଇଥିବା ବେଳେ ତାଙ୍କ ସହିତ ଅନ୍ୟାନ୍ୟ ଅଧିକାରୀମାନେ ମଧ୍ୟ ଉପସ୍ଥିତ ଥିଲେ । ଗ୍ରାମବାସୀମାନେ ପୁଷ୍ପ ଗୁଛ ଦେଇ ବାଜା, ମୃଦଙ୍ଗର ତାଳେତାଳେ ଅତିଥିମାନଙ୍କୁ କାର୍ଯ୍ୟକ୍ରମ ସ୍ଥଳକୁ ପାଛୋଟି ନେଇଥିଲେ । ଗ୍ରାମବାସୀଙ୍କ ସହିତ ମୁଖ୍ୟ ଅତିଥି ସେମାନଙ୍କ ଅଞ୍ଚଳରେ ଥିବା ବିଭିନ୍ନ ପ୍ରକାରର ମୌଳିକ ସମସ୍ୟା ସମ୍ପର୍କରେ ଆଲୋଚନା କରିବା ସହିତ ଆଗାମୀ ଦିନରେ ଏସବୁର ସମାଧାନ ଦିଗରେ ସବୁ ପ୍ରକାର ସହଯୋଗ କରିବା ନିମନ୍ତେ ଗ୍ରାମବାସୀଙ୍କୁ ପ୍ରତିଶ୍ରୁତି ଦେଇଥିଲେ । ଶେଷରେ ବିଭାଗ ପକ୍ଷରୁ ସୋଲାର ଲ୍ୟାମ୍ପ, ରେଡ଼ିଓ ପ୍ରଭୃତି ବିଭିନ୍ନ ଉପକରଣ ବଣ୍ଟନ କରାଯାଇଥିଲା ।

Leave a Reply

Your email address will not be published. Required fields are marked *