ଭଦ୍ରକ : ଭଦ୍ରକ ଅବକାରୀ ବିଭାଗ ଓ ଧାମନଗର ଅବକାରୀ ବଭାଗର ମିଳିତ ଚଢାଉ । ୧୧୦ ଲିଟର ଦେଶୀ ରନ୍ଧା ମଦ ଜବତ । ଭଣ୍ଡାରିପୋଖରୀ ଥାନା ଅଧିନସ୍ଥ ବଡ଼ବନସ୍ତା, ଝୁଟୁଣା ଓ ତୋଟାସାହି ଗ୍ରାମରେ ଚଢାଉ କରାଯାଇଥିବାବେଳେ ଏଥିରେ ସଂପୃକ୍ତ ୪ ଜଣଙ୍କୁ ଗିରଫ କରାଯାଇଛି । ଗିରଫ ଅଭିଯୁକ୍ତମାନେ ହେଲେ ଭଣ୍ଡାରିପୋଖରୀ ଥାନା ଅନ୍ତର୍ଗତ ବଡ଼ବନସ୍ତା ଗ୍ରାମର ପ୍ରଶାନ୍ତ ଜେନା, ଝୁଟୁଣା ଗ୍ରାମର ରବୀନ୍ଦ୍ର ଜେନା, ତୋଟାସାହି ଗ୍ରାମର କୈଳାଶ ମଳିକ ଏବଂ ବୈଶିଙ୍ଗା ଥାନା ଅନ୍ତର୍ଗତ କାନ୍ଥି ଗ୍ରାମର ସୁନାରାମ ମାଝୀ । ଜବତ ମଦର ଆନୁମାନିକ ମୂଲ୍ୟ ୩୦ ହଜାର ଟଙ୍କାରୁ ଉର୍ଦ୍ଧ୍ୱ ହେବ ବୋଲି ଅବକାରୀ ବିଭାଗ ସୂଚନା ଦେଇଛି । ଏନେଇ ଧାମନଗର ଅବକାରୀ ଥାନା ପକ୍ଷରୁ ୪ ଟି ମାମଲା ରୁଜୁ କରାଯାଇଛି ବୋଲି ଅବକାରୀ ପୋଲିସ ପକ୍ଷ୍ୟରୁ ସୂଚନା ଦିଆଯାଇଛି ।
