ପୁରୀ : ପୁରୀ ବାଲୁଖଣ୍ଡ ଅଭୟାରଣ୍ୟରେ ନିଆଁ । ପୁରୀ-କୋଣାର୍କ ରାସ୍ତାରେ ହୁହୁ ହୋଇ ଜଳି ଉଠିଲା ଜଙ୍ଗଲ । ଅଗ୍ନିକାଣ୍ଡରେ ବ୍ୟାପକ ଗଛ ପୋଡି ନଷ୍ଟ ହୋଇଛି । ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ରହିଥିବା ବେଳେ ନିଆଁକୁ ଆୟତ୍ତ କରିଛନ୍ତି ଅଗ୍ନିଶମ ବିଭାଗ ଓ ସ୍ଥାନୀୟ ଲୋକେ । ବାଲୁଖଣ୍ଡ ଅଭୟାରଣ୍ୟରେ ନିଆଁ । ୧୪ ନମ୍ବର ଜୋନ ବେଲଦଳ ନିକଟରେ ଏହି ନିଆଁ ଲାଗିଛି । ଅଗ୍ନିଶମ ବିଭାଗ ପହଞ୍ଚି ନିଆଁକୁ ଆୟତ କରିଥିବା ବେଳେ, ବହୁ ସଂଖ୍ୟାରେ ଗାଁ ଲୋକ ଏଥିରେ ସହଯୋଗ କରିଛନ୍ତି । ପୁରୀ-କୋଣାର୍କ ରାସ୍ତାରେ ରହିଛି ବାଲୁଖଣ୍ଡ ଅଭୟାରଣ୍ୟ । ତେବେ ଅଗ୍ନିକାଣ୍ଡର କାରଣ ସ୍ପଷ୍ଟ ହୋଇନାହିଁ । ତେବେ କେହି ଦୁର୍ବୃତ୍ତ ଜଙ୍ଗଲରେ ନିଆଁ ଲଗାଇ ଦେଇଥିବା କହିଛନ୍ତି ପୁରୀ ବନଖଣ୍ଡ ଡ଼ିଏଫଓ ।
