ପୁରୁଷୋତ୍ତମପୁର : ଗଞ୍ଜାମ ଜିଲ୍ଲା କୋଦଳା ଥାନା ବେଗୁନିଆପଡା ବୁରୁଝରୀଠାରେ ରାଜରାସ୍ତାରେ ଚାଷୀ । ଧାନବସ୍ତାକୁ ମୁଖ୍ୟ ରାସ୍ତା ଉପରେ ରଖି ଚାଷୀ ରାସ୍ତା ଅବରୋଧ ଦୁଇ ଦିନ ବିତିଯାଇଥିଲେ ମଧ୍ୟ କୌଣସି ସମାଧାନର ବାଟ ଫିଟୁନି । ଏପଟେ ଚାଷୀ ଭୋକ ଉପାସରେ ଶୀତ ରାତିରେ ରାସ୍ତା ଉପରେ ପଡି ରହିଥିବା ବେଳେ ପ୍ରଶାସନିକ ଅଧିକାରୀମାନେ ଚାଷୀଙ୍କ ସମସ୍ୟା ବୁଝିବାକୁ ବର୍ତ୍ତମାନ ସୁଦ୍ଧା ପହଞ୍ଚି ନଥିବା ଚାଷୀ ଅଭିଯୋଗ କରିଛନ୍ତି । ଅନ୍ୟପଟେ ଆଉ ମାତ୍ର ଦୁଇ ଦିନ ପରେ ଟୋକେନ ଅବଧି ସରୁଥିବାରୁ ଏଯାବତ ମିଲର ଧାନ ନେଉନାହିଁ । କିଭଳି ଧାନକୁ ବିକିବେ ଚାଷୀ ଚିନ୍ତାରେ ରହିଛନ୍ତି । ସେହିଭଳି ବ୍ଲକର ଅନ୍ୟାନ୍ୟ ପଞ୍ଚାୟତରେ ମଧ୍ୟ ଚାଷୀଙ୍କ ଅସନ୍ତୋଷ ବୃଦ୍ଧି ପାଇବାରେ ଲାଗିଛି । ସୁମଣ୍ଡଳଠାରେ ମଧ୍ୟ ଚାଷୀ ଧାନ ବସ୍ତା ରଖି ରାସ୍ତା ଅବରୋଧ କରିଥିବା ଦେଖିବାକୁ ମିଳିଛି । ଅନ୍ନଦାତା ରାଜରାସ୍ତାକୁ ଓହ୍ଲାଉଥିବା ବେଳେ ପ୍ରଶାସନର ନୀରବତା ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଯଦି ଚାଷୀମାନଙ୍କ ସମସ୍ୟା ଦୂର ନହୁଏ ତାହାଲେ ଆଗାମୀ ଦିନରେ ଭୋଟ୍ ବର୍ଜନ କରିବା ପାଇଁ ଚାଷୀ ଚେତାବନୀ ଦେଇଛନ୍ତି ।
