ନିଯୁକ୍ତି ଦାବିରେ ଧାରଣା

ପାଟଣା : କାମ ଦାବିରେ ଧାରଣା । କେନ୍ଦୁଝର ଜିଲ୍ଲା ଦେଇ ଯାଇଥିବା ୪୯ ନମ୍ବର ଜାତୀୟ ରାଜପଥର  ଖୀରେଇଟାଙ୍ଗିରୀ ଟୋଲ୍ ଗେଟ ସମ୍ମୁଖରେ ସ୍ଥାନୀୟ ଯୁବକ ଧାରଣା ଦେଇଛନ୍ତି । ଟୋଲ୍ ଗେଟରେ ସ୍ଥାନୀୟ ଯୁବକଙ୍କୁ ନିଯୁକ୍ତି ଦାବିରେ ସେମାନେ ଧାରଣା ଦେଇଛନ୍ତି । ସୂଚନାନୁସାରେ, ଟୋଲ ଗେଟକୁ ଲିଜ୍ ଆକାରରେ ଶୁରେନ୍ଦ୍ର କୁମାର ଶୁକ୍ଳା ନାମକ ଏକ ଠିକା କମ୍ପାନୀ ନେଇଛି । ଉକ୍ତ କମ୍ପାନୀ ସ୍ଥାନୀୟ ଯୁବକଙ୍କୁ ଟୋଲ୍ ଗେଟରେ ନିଯୁକ୍ତି ନଦେଇ ବାହାର ଯୁବକଙ୍କୁ ନିଯୁକ୍ତି ଦେଇଥିବା ଅଭିଯୋଗ ହୋଇଛି । ସେମାନଙ୍କୁ ନିଯୁକ୍ତି ଦେବା ପାଇଁ ଖୀରେଇଟାଙ୍ଗିରୀର ଆଖପାଖ ଅଞ୍ଚଳର ଯୁବକ ଦାବି କରିଛନ୍ତି । ଏହାସହ ପ୍ରତିବାଦ କରି ସେମାନେ ଟୋଲଗେଟ ସମ୍ମୁଖରେ ଧାରଣା ଦେଇଛନ୍ତି ।

Leave a Reply

Your email address will not be published. Required fields are marked *