ସରପଞ୍ଚ ପ୍ରାର୍ଥୀଙ୍କ ବାଡିରେ ବୋମାମାଡ

ପୁରୀ : ପୁରୀ ସଦର ଥାନା ଚାରିନଳାରେ ବୋମାମାଡ । ସରପଞ୍ଚ ପ୍ରାର୍ଥୀ କାର୍ତ୍ତିକ ପଣ୍ଡାଙ୍କ ବାଡିରେ ବୋମାମାଡ ହୋଇଥିବା ନେଇ ଅଭିଯୋଗ ହୋଇଛି । କାର୍ତ୍ତିକ କାଶୀହରିପୁର ପଞ୍ଚାୟତରେ ପ୍ରାର୍ଥୀପତ୍ର ଦାଖଲ କରିଥିଲେ । ବୋମାମାଡ ନେଇ ଅଭିଯୋଗ ପରେ ପୋଲିସ ତଦନ୍ତ ଆରମ୍ଭ କରିଛି । ତେବେ ଘଟଣାସ୍ଥଳରୁ ଏକ ଅଫୁଟା ବୋମା ଜବତ କରିଛି ପୋଲିସ । କିଏ ଏହି ବୋମାମାଡ କରିଛି ? ଏଥିରେ କେଉଁମାନେ ସଂପୃକ୍ତ ଅଛନ୍ତି ? ସେ ନେଇ ସ୍ପଷ୍ଟ ସୂଚନା ମିଳିପାରିନାହିଁ ।

Leave a Reply

Your email address will not be published. Required fields are marked *