ଜିଲ୍ଲାରେ ଆହୁରୀ ଦୁର୍ବଳ ହେବାରେ ଲାଗିଛି ଜାତୀୟ ଦଳ କଂଗ୍ରେସ, ଦୁଇଟି ଜିଲ୍ଲାପରିଷଦ ଆସନରେ ପାର୍ଥୀ ଦେଇପାରିଲାନି କଂଗ୍ରେସ

ବଡବିଲ : କେନ୍ଦୁଝର ଜିଲ୍ଲାରେ କଂଗ୍ରେସର ଅବସ୍ଥା ଦିନକୁ ଦିନ ଖରାପ ଆଡକୁ ଗତି କରୁଛି । କର୍ମୀ ଓ ସମର୍ଥକ କଂଗ୍ରେସରୁ ବିମୁଖ ହେବାରେ ଲାଗିଛନ୍ତି । ଜିଲ୍ଲାରେ ଆହୁରୀ ଦୁର୍ବଳ ହେଇଚାଲିଛି ଜାତୀୟ ଦଳ କଂଗ୍ରେସ । କାରଣ, ଜିଲ୍ଲାରେ ଥିବା ମୋଟ୍ ୩୭ଟି ଯାକ ଜିଲ୍ଲା ପରିଷଦ ଆସନରେ କଂଗ୍ରେସ ତାର ଦଳୀୟ ପ୍ରାର୍ଥୀ ଦେବାରେ ଅସମର୍ଥ ହୋଇଛି । ଯୋଡ଼ା ବ୍ଲକ ଅନ୍ତର୍ଗତ ୨୭ ଓ ୨୮ ନଂ ଜୋନରେ ଚଳିତ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ପ୍ରାର୍ଥୀ ଦେଇପାରିଲାନାହିଁ କଂଗ୍ରେସ । ଜିଲ୍ଲାର ୩୭ଟି ଜିଲ୍ଲା ପରିଷଦ ଆସନ ମଧ୍ୟରୁ ୩୫ଟି ଆସନରେ ଲଢ଼ିବ ଦଳ । ବିଜେଡି ଓ ବିଜେପିରୁ ଦଳୀୟ ଟିକେଟ୍ ହାତେଇବା ପାଇଁ ଜୋରଦାର ପ୍ରୟାସ ଜାରି ରହିଥିବା ବେଳେ, କଂଗ୍ରେସ ୨ଟି ଜିଲ୍ଲା ପରିଷଦ ଜୋନ୍ ପାଇଁ ପ୍ରାର୍ଥୀ ନପାଇବା କଂଗ୍ରେସ ପାଇଁ ଚିନ୍ତାର ବିଷୟ ହୋଇଛି । ଏହା ସାଙ୍ଗଠନିକ ନେତୃତ୍ବର ଅଭାବ ନା ଆଉ କିଛି ।  ଏହି ୨ଟି ଜୋନ ପାଇଁ ଚୟନ କରାଯାଇଥିବା ପ୍ରାର୍ଥୀ କରୋନା ଆକ୍ରାନ୍ତ ହେବା ଯୋଗୁଁ ଏତେ କମ୍ ସମୟ ମଧ୍ୟରେ ଅନ୍ୟ ପ୍ରାର୍ଥୀ ଖୋଜିବା ସମ୍ଭବ ହୋଇପାରିନଥିଲା ବୋଲି କେନ୍ଦୁଝର ଜିଲ୍ଲା କଂଗ୍ରେସର ଓବିସି ସେଲ୍ ଅଧ୍ୟକ୍ଷ ଯଦୁମଣି ବାରିକ କହିଛନ୍ତି । ତେବେ ଜିଲ୍ଲାରେ କଂଗ୍ରେସର ଦଳୀୟ କର୍ମୀ ନାହାନ୍ତି ଓ କଂଗ୍ରେସ ପ୍ରତି ଲୋକଙ୍କ ସମର୍ଥନ ନଥିବା ବିଜେପିର କେନ୍ଦୁଝର ଜିଲ୍ଲା ସମ୍ପାଦକ ନୀଳମଣି ମହାନ୍ତ କହିଛନ୍ତି ।

Leave a Reply

Your email address will not be published. Required fields are marked *