ରାୟଗଡା : ରାୟଗଡା ଠାରେ ୭୩ ତମ ଜିଲ୍ଲାସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଳନ କରାଯାଇଛି । ଏଥିରେ ଶିଳ୍ପ ଓ ରାଜ୍ୟ ଗୃହମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରିବା ସହ ଅଭିଭାଷଣ ପ୍ରଦାନ କରିଥିଲେ । ଏହି ଅବସରରେ ସ୍ବାଧୀନତା ସଂଗ୍ରାମୀମାନଙ୍କୁ ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ ଗୃହ ରାଜ୍ୟମନ୍ତ୍ରୀ । ସ୍ବାଧୀନତା ସଂଗ୍ରାମରେ ରାୟଗଡା ଜିଲ୍ଲାର ଅବଦାନ ଅତୁଳନୀୟ ବୋଲି ସେ ପ୍ରକାଶ କରିଥିଲେ । ବିଶ୍ବର ବୃହତ ଗଣତନ୍ତ୍ର ଆମ ଦେଶ ବୋଲି କହିବା ସହ ଏହାର ବିକାଶ ଆମର ଦାୟିତ୍ୱ ବୋଲି ସେ କହିଥିଲେ । ଏହି ଅବସରରେ କୋଭିଡ ଯୋଦ୍ଧାମାନଙ୍କୁ ମନ୍ତ୍ରୀ ସମ୍ବର୍ଦ୍ଧିତ କରିଥିଲେ ।
