ବଣାଇରେ ଦ୍ୱାଦଶ ଜାତୀୟ ମତଦାତା ଦିବସ ପାଳିତ

ବଣାଇ : ଆଜି ବଣାଇଗଡ଼ ସହର ସ୍ଥିତ ପିଏ.ଆଇଟି.ଡିଏ ସମ୍ମିଳନୀ କକ୍ଷରେ ଦ୍ଵାଦଶ ଜାତୀୟ ମତଦାତା ଦିବସ ପାଳିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ବଣାଇ ଉପଜିଲ୍ଲାପାଳ ଶ୍ରୀଯୁକ୍ତ ପ୍ରଦୀପ ଡାଙ୍ଗ ଯୋଗଦେଇ ଆନୁଷ୍ଠାନିକ ଭାବେ ଏହି କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ ଓ ନିଜ ଅଭିଭାଷଣ ରଖିଥିଲେ । ଅଭିଭାଷଣରେ ଭୋଟ ଦେବା ଜଣେ ନାଗରିକର ପ୍ରଥମ କର୍ତ୍ତବ୍ୟ ଏବଂ ତାର ମହତ୍ତ୍ୱ ଉପରେ ଆଲୋକପାତ କରିବା ସହ ନୂତନ ଭାବେ ଭୋଟର ତାଲିକାରେ ପଞ୍ଜିକୃତ ହୋଇଥିବା ୧୮ ବର୍ଷର ଯୁବକ ଯୁବତୀଙ୍କୁ ଉତ୍ସାହିତ କରିଥିଲେ ।

ଏହି ସଭାରେ ଅନ୍ୟମାନଙ୍କ ମଧ୍ୟରେ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ନିର୍ବାଚନ ପରିଚାଳନା ଦାୟିତ୍ବରେ ଥିବା କର୍ମଚାରୀ ସଞ୍ଜୟ ବ୍ରହ୍ମ, ବଣାଇ ଉପଖଣ୍ଡ ସାମାଜିକ ସୁରକ୍ଷା ଅଧିକାରୀ ଅଜୟ କୁମାର ସାହୁ, ପରେଶ କୁମାର ବେହେରା, ପ୍ରସନ୍ନ କଳସ, ବୁଥ ଲେବୁଲ ଅଫିସର ଓ ସୁପରଭାଇଜର ସମେତ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟର କର୍ମଚାରୀମାନେ ଉପସ୍ଥିତ ରହି ମତଦାତାଙ୍କୁ ଶପଥ ପାଠ କରାଇଥିଲେ । ପରେ ଉତ୍ତମ କାର୍ଯ୍ୟ କରିଥିବାରୁ ବୁଥ ଲେବୁଲ ଅଫିସରମାନଙ୍କୁ ଉପଜିଲ୍ଲାପାଳଙ୍କ ତରଫରୁ ମାନପତ୍ର ଓ ପୁରସ୍କାର ପ୍ରଦାନ କରାଯାଇଥିଲା । ପ୍ରଥମ ପୁରସ୍କାରରେ ସୁଭଦ୍ରା ମହାନ୍ତି ପୁରସ୍କୃତ ହୋଇଥିବା ବେଳେ, ଦ୍ୱିତୀୟ ପୁରସ୍କାର ଏଲିଜାବେଥ ଲୁଗୁନ, ତୃତୀୟ ପୁରସ୍କାର ସୁଧିର କୁମାର ଦାସ ଓ ବୁଥ ଲେବୁଲ ସୁପରଭାଇଜର ତୀର୍ଥରାଜ ମହାରଣାଙ୍କୁ ପୁରସ୍କୃତ କରାଯାଇଥିଲା।

Leave a Reply

Your email address will not be published. Required fields are marked *