ସରକାରୀ ଜାଗାରୁ ପ୍ରଚାର ବିଜ୍ଞାପନ ହଟାଇଲା ପ୍ରଶାସନ

ପାଟଣା : ପାଟଣା ବଜାର ଅଞ୍ଚଳରୁ ଆଜି ସ୍ଥାନୀୟ ପ୍ରଶାସନ ସରକାରୀ ଜାଗାମାନଙ୍କରେ ଲଗା ଯାଇଥିବା ପ୍ରଚାର ବିଜ୍ଞାପନ (ହୋଡିଂ) ହଟାଉଥିବା ଦେଖିବାକୁ ମିଳିଛି । ସରକାରୀ ସୂଚନା ହୋଡିଂ ସହ ବିଭିନ୍ନ ରାଜନୈତିକ ଦଳର ପ୍ରାର୍ଥୀଙ୍କ ପ୍ରଚାର ପଞ୍ଚାୟତିରାଜ ପ୍ରତିନିଧି ଆଶାୟୀଙ୍କ ବ୍ୟାନର ସବୁ ପ୍ରଶାସନ ହଟାଇଥିବା ଦେଖାଯାଇଛି । ପାଟଣା ତହସିଲଦାର ତାପସ ରଂଜନ ଦେହୁରୀଙ୍କ ସହ ପାଟଣା ଥାନା ଅଧିକାରୀ ରାଜେନ୍ଦ୍ର ସ୍ୱାଇଁଙ୍କ ଉପସ୍ଥିତିରେ କର୍ମଚାରୀମାନଙ୍କ ଦ୍ଵାରା ହୋର୍ଡ଼ିଂଗ ଓ ବ୍ୟାନର ହଟାଯାଇଥିବା ଦେଖାଯାଇଛି ।

Leave a Reply

Your email address will not be published. Required fields are marked *