ମହିଳା ପୋଲିସ ଏସ୍ଆଇଙ୍କୁ ଘେରିଲେ ଗାଁ ଲୋକେ

କୋଣାର୍କ : ପୁରୀ ଗୋପ ଥାନାର ମହିଳା ପୋଲିସ ଏସ୍ଆଇ ପ୍ରିୟା ପ୍ରଧାନଙ୍କୁ ଘେରିଲେ ଗାଁ ଲୋକେ । ପୋଲିସ ଅଧିକାରୀଙ୍କୁ ୨ ଘଣ୍ଟା ଅଟକ ରଖିଥିବା ଅଭିଯୋଗ ହୋଇଛି । ସୂଚନାନୁସାରେ, ସୋମବାର ଗଡକରମଳା ଗାଁରେ ସାଧାରଣ ଲୋକଙ୍କ ରୋଷର ଶିକାର ହୋଇଥିଲେ ଏସଆଇ ପ୍ରିୟା ପ୍ରଧାନ । ବୀରତୁଙ୍ଗ ପଞ୍ଚାୟତରେ ୨ ଦିନ ତଳେ ରାଜନୈତିକ ବଚସାକୁ ନେଇ ଗଣ୍ଡଗୋଳ ହୋଇଥିଲା । ଯାହାକୁ ନେଇ ସେହି ଗାଁର ବିଜୟ କୁମାର ମହାପାତ୍ରକୁ ପୋଲିସ ଗିରଫ କରିଥିଲା । ପୋଲିସ ବିଜୟକୁ ଗିରଫ କଲାବେଳେ ତାଙ୍କ ଦୋକାନରୁ କିଛି ଚୋରା ମଦ ମଧ୍ୟ ଜବତ କରିଥିଲା । ତେବେ ଏହି ଘଟଣା ପରେ ଗାଁ ଛକରେ ଥିବା ୩ ଟି ଦୋକାନରେ ତାଲା ପକାଇ ଦେଇଥିଲେ ଗ୍ରାମବାସୀ । ଘଟଣାର ସମାଧାନ କରିବାକୁ ପୋଲିସ ସେଠାକୁ ଯାଇଥିବା ବେଳେ ଶତାଧିକ ଗ୍ରାମବାସୀ ପୋଲିସକୁ ଘେରାଉ କରିଥିଲେ । ଯାହାକୁ ନେଇ କିଛି ସମୟ ପାଇଁ ଅପ୍ରୀତିକର ପରିସ୍ଥିତି ଉପୁଜିଥିଲା ।

Leave a Reply

Your email address will not be published. Required fields are marked *