ବଣାଇ : ସାରା ଦେଶରେ ଭାରତ ମାତାର ସୁଯୋଗ୍ୟ ସନ୍ତାନ ତଥା ମହାନ ସ୍ୱାଧୀନତା ସଂଗ୍ରାମୀ ସୁଭାଷ ଚନ୍ଦ୍ର ବୋଷଙ୍କ ୧୨୫ ତମ ଜୟନ୍ତୀ ପାଳନ ଅବସରରେ ବଣାଇ ଉପଖଣ୍ଡରେ ମଧ୍ୟ ବିଭିନ୍ନ ସ୍ଥାନରେ ଜୟନ୍ତୀ ପାଳନ କରାଯାଇଛି । ବଣାଇ ବିଜୁ ଶ୍ରମିକ କାର୍ଯ୍ୟାଳୟ ଠାରେ ଓଡ଼ିଶାର ଦୁଇ ବରପୁତ୍ର ସୁଭାଷ ଚନ୍ଦ୍ର ବୋଷ ଏବଂ ମହାନ ସଂଗ୍ରାମୀ ବୀର ସୁରେନ୍ଦ୍ର ସାଏଙ୍କ ଜୟନ୍ତୀ ପାଳନ କରାଯାଇଛି । ପ୍ରଥମେ ବିଜୁ ଶ୍ରମିକ ସାମୁଖ୍ୟ ସଭାପତି ଶ୍ରୀ ପ୍ରଦ୍ୟୁମ୍ନ କୁମାର ତ୍ରିପାଠୀଙ୍କ ଦ୍ୱାରା ଦୁଇ ମହାନ ପୁରୁଷଙ୍କ ଫଟୋ ଚିତ୍ରରେ ମାଲ୍ୟାର୍ପଣ କରାଯିବା ସହିତ ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରାଯାଇ ତାଙ୍କ ଜୀବନ ଗାଥା ଉପରେ ଆଲୋକପାତ କରାଯାଇଥିଲା ।

ଏଥିରେ ଅନ୍ୟମାନଙ୍କ ମଧ୍ୟରେ ବିଜେଡି ମୁଖପାତ୍ର ସୁନ୍ଦର ମଣି ପ୍ରଧାନ, ସଞ୍ଜୟ କୁମାର ଦାସ, ଯୁବନେତା ରୋହିତାଶ୍ୱ ମିଶ୍ର ଯୋଗ ଦେଇଥିଲେ । ଅନୁରୂପ ଭାବେ ବଣାଇ ବସଷ୍ଟାଣ୍ଡ ସ୍ଥିତ ହନୁମାନ ମନ୍ଦିର ପ୍ରାଙ୍ଗଣରେ ମଧ୍ୟ ଦୁଇ ବୀର ପୁରୁଷଙ୍କୁ ପୁଷ୍ପମାଲ୍ୟ ଦେଇ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିବା ସହିତ ଉପସ୍ଥିତ ଥିବା ବରିଷ୍ଠ ନାଗରିକ ରୁଦ୍ର ଚରଣ ବାରିକ ଦୁଇ ବୀର ପୁରୁଷଙ୍କ ଦୃଢ ନେତୃତ୍ୱ, ଅତୁଳନୀୟ ଦେଶଭକ୍ତି ଚିର ଅମର ହୋଇ ରହିବ ବୋଲି ପ୍ରକାଶ କରିଥିଲେ । ଏଥିରେ ଅନ୍ୟମାନଙ୍କ ମଧ୍ୟରେ ହେମନ୍ତ ସାହୁ, ଗଗନ ବିହାରୀ ମହାରଣା, ଗିରେନ୍ଦ୍ର ସାହୁ, ବଳଭଦ୍ର ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ ।
